ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ । ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି ।

ବାସ୍ତବ ବ୍ୟୁରୋ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି । ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ଭାରତ-ପାକିସ୍ତାନ ମୁହାଁମୁୁହିଁ ହେଉଛନ୍ତି । ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାବର ଆଜମ୍ । ଫଳରେ କ୍ରିକେଟ୍ ପ୍ରେମୀମାନେ ପ୍ରଥମେ ଭାରତର ବ୍ୟାଟିଂ ଦେଖିବାକୁ ପାଇବେ ।

ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହେଇଛି । ଦୀର୍ଘ ଦିନ ପରେ ଦଳରେ ସ୍ଥାନ ପାଇଛନ୍ତି କେ ଏଲ ରାହୁଲ । ଶ୍ରେୟାସ ଆୟର ଆହତ ହେଇଥିବାରୁ ତାଙ୍କ ସ୍ଥାନରେ ରାହୁଲ ଦଳକୁ ରିଟର୍ଣ୍ଣ କରିଛନ୍ତି । ସେହିପରି ଦ୍ରୁତ ବୋଲର ଜଶପ୍ରୀତ ବୁମରା ମଧ୍ୟ ଦଳକୁ ଫେରିଛନ୍ତି । ଅନ୍ୟପଟେ ପାକିସ୍ତାନ ଟିମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦଳ ନିଜର ପୁରୁଣା ଏକାଦଶ ସହ ପଡିଆକୁ ଓହ୍ଲାଇଛି ।

ସେୟାର କରନ୍ତୁ

Next Post

୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି

Mon Sep 11 , 2023
ବାସ୍ତବ ବ୍ୟୁରୋ: ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ନିଯୁକ୍ତି ନେଇ ଓସେପା ୱେବସାଇଟ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଶାୟୀମାନେ ଆସନ୍ତା ୧୩ରୁ ଆବେଦନ କରିପାରିବେ ଆଶାୟୀ। ଆବେଦନ ପାଇଁ ଅକ୍ଟୋବର ୧୦ ଶେଷ ତାରିଖ ରହିଛି । ସଂପୂର୍ଣ୍ଣ ଅନଲାଇନରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ […]

You May Like

Pin It on Pinterest