ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତ ଜିତିଲେ ଗୋଲଡ୍ ମେଡାଲ…

ବାସ୍ତବ ବ୍ୟୁରୋ: ହାଙ୍ଗଝୌ ପାରା ଏସିଆନ୍ ଗେମ୍ସରେ ଗୋଲଡ୍ ମେଡାଲ ଜିତିଲେ ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପୁରୁଷ ଏସଏଲ୍ ଥ୍ରୀ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଭଗତ ହାତେଇଲେ ସ୍ୱର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରି ଦେଇଛନ୍ତି।

ଫାଇନାଲରେ ସେ ନିତେଶଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ହରାଇଛନ୍ତି । । ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ । ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ।

ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ । ଚଳିତ ଏସିଆନ୍ ଗେମ୍ସରେ ସେ ମିକ୍ସଡ଼ ଡବଲ୍ସରେ ବ୍ରୋଞ୍ଜ ଜିତି ସାରିଛନ୍ତି । ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଗୋଲଡ୍ ମେଡାଲ ପାଇଥିଲେ ବରଗଡର ଏହି ଖେଳାଳି ।

ସେୟାର କରନ୍ତୁ

Next Post

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

Sat Oct 28 , 2023
ବାସ୍ତବ ବ୍ୟୁରୋ: ଆଜିଠୁ ଆରମ୍ଭ ହେଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି । ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ। ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ୧୦ କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା […]

You May Like

Pin It on Pinterest