୨୩ ଫେବ୍ରୁଆରିରେ ଭାରତ-ପାକ୍ ମ୍ୟାଚ୍

ବାସ୍ତବ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରୀଡ଼ାସୂଚୀ ଘୋଷଣା କରିଛି। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବ୍ରୁଆରିରେ ଖେଳିବ। ଦୁବାଇରେ ମଧ୍ୟ ଏହି ମ୍ୟାଚ୍ ଖେଳାଯିବ।

ସୂଚନାନୁଯାୟୀ, ହାଇବ୍ରିଡ୍ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଥିଲା। ତେଣୁ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବ। ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ। କିନ୍ତୁ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଲେ ତାହା ଦୁବାଇରେ ଖେଳାଯିବ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଫେବ୍ରୁଆରି ୧୯ରେ କରାଚିରେ ଏହି ମ୍ୟାଚ୍ ଖେଳାଯିବ। ଆଫଗାନିସ୍ତାନର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବ। ଏହି ମ୍ୟାଚ୍ କରାଚିରେ ୨୧ ଫେବ୍ରୁଆରିରେ ଖେଳାଯିବ। ଫେବ୍ରୁଆରି ୨୨ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଲାହୋରରେ ଖେଳାଯିବ।

ସେୟାର କରନ୍ତୁ

Next Post

ଓଡ଼ିଶାର ୨୭ତମ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି....

Tue Dec 24 , 2024
ବାସ୍ତବ ବ୍ୟୁରୋ: ବଦଳିଲେ ୫ ରାଜ୍ୟର ରାଜ୍ୟପାଳ । ଓଡ଼ିଶା ସମେତ ୪ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି । ମିଜୋରାମ, କେରଳ, ବିହାର, ଓଡ଼ିଶା ଓ ମଣିପୁରର ରାଜ୍ୟପାଳଙ୍କ ବଦଳି ହୋଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ଡକ୍ଟର ହରିବାବୁ କାମ୍ଭମପତିଙ୍କୁ ନିଯୁକ୍ତି ଦିଆଯାଇଛି । ହରି ବାବୁ ବର୍ତ୍ତମାନ ମିଜୋରାମର ରାଜ୍ୟପାଳ ଅଛନ୍ତି । ସେ ୧୬ତମ ଲୋକସଭାରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ […]

You May Like

Pin It on Pinterest