ବାସ୍ତବ ବ୍ୟୁରୋ: ଭାରତ ଜିତିଲା ଦ୍ୱିତୀୟ ବିଶ୍ୱକପ। ଭାରତୀୟ ଅଣ୍ଡର -୧୯ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଇତିହାସ ରଚିଛନ୍ତି। ଭାରତୀୟ ବୋଲରମାନେ ଫାଇନାଲରେ ଚମତ୍କାର ବୋଲିଂ କରିଥିଲେ। ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକା ଦଳକୁ ୨୦ ଓଭରରେ ୮୨ ରନ୍ ସଂଗ୍ରହ କରିବାର ସୁଯୋଗ ଦେଇଥିଲେ। ଏହା ପରେ ଗୋଙ୍ଗାଡି ତ୍ରିସାଙ୍କର ବିସ୍ଫୋରକ ଇନିଂସ ଯୋଗୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଛି।
ସୂଚନାନୁଯାୟୀ, ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ମାଲେସିଆର ରାଜଧାନୀ କୁଆଲାଲାମପୁରର ବେୟୁମାସ ଓବଲ ଷ୍ଟାଡିୟମରେ ଖେଳାଯାଇଥିଲା। ସାଉଥ ଆଫ୍ରିକା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲା। ଟିମ୍ ୨୦ ଓଭରରେ ୮୨ ରନ୍ ହିଁ କରି ଅଲ୍ଆଉଟ ହୋଇଯାଇଥିଲା। ସାଉଥ ଆଫ୍ରିକାର ମିକେ ଭେନ ବୂର୍ଷ୍ଟ ସବୁଠୁ ଅଧିକ ୨୩ ରନ୍ କରିଥିଲେ। ତାଙ୍କ ପରେ ଜେମ୍ମା ବୋଥା ୧୬ ରନ୍ ଏବଂ ଫେ କାଉଲିଙ୍ଗ ୧୫ ରନ୍ କରିଥିଲେ।
ଅନ୍ୟପଟେ ଭାରତରୁ ସବୁଠୁ ଅଧିକ ଓ୍ବିକେଟ ଙ୍ଗୋଗଡୀ ତ୍ରିଶା ହାସଲ କରିଥିଲେ । ଙ୍ଗୋଗଡୀ ତ୍ରିଶା ୪ ଓଭରରେ କେବଳ ୧୫ ରନ୍ ଦେବା ସହ ୩ ଓ୍ବିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବୈଷ୍ଣବୀ ଶର୍ମା, ଆୟୁଷୀ ଶୁକ୍ଳା ଏବଂ ପରୁଣିକା ସିସୋଦିଆ ମଧ୍ୟ ୨-୨ ଓ୍ବିକେଟ ନିଜ ନାଁରେ କରିଥିଲେ। ଶବନମ ଶକିଲ ମଧ୍ୟ ଗୋଟିଏ ଓ୍ବିକେଟ ନେଇଥିଲେ।
ସୂଚନା ଥାଉକି, ଗତ ବର୍ଷ ଜୁନ୍ ମାସରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ମାତ୍ର ୭ ମାସ ବିତିଗଲାଣି। ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପୁରୁଷ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲେ। ସେହି ମ୍ୟାଚ୍ରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରିଛି। ଗତ ୭ ମାସ ମଧ୍ୟରେ ଭାରତ ଜିତିଥିବା ଏହା ହେଉଛି ଦ୍ୱିତୀୟ ବିଶ୍ୱକପ।