ଚେନ୍ନାଇକୁ ୨୫ ରନରେ ହରାଇଲା ଦିଲ୍ଲୀ

ବାସ୍ତବ ବ୍ୟୁରୋ : ଆଇପିଏଲ ୨୦୨୫ର ୧୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୨୫ ରନରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ଦଳ ଜେକ୍ ଫ୍ରେଜର ମାକଗର୍କଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ସେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ କେଏଲ ରାହୁଲ ଓ ଅଭିଷେକ ପୋରେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ହୋଇଥିଲା । ପୋରେଲ ୩୩ ରନ କରି ଆଉଟ ହେବା ପରେ ରାହୁଲ ଓ ଅକ୍ଷର ପଟେଲ ଓ ସମିର ରିଜଭିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରାହୁଲ ୫୧ ବଲରେ ୭୭ ରନ କରିଥିଲେ। ଅକ୍ଷର ୨୧ ଓ ରଜଭି ୨୦ ରନ କରିଥିଲେ । ଟ୍ରିଷ୍ଟାନ ଷ୍ଟବସ୍ ୨୪ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୩ ରନ କରିଥିଲା ।

ଦିଲ୍ଲୀ ଦ୍ବାରା ରଖାଯାଇଥିବା ୧୮୪ ରନର ଲକ୍ଷ୍ୟର ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ କରିପାରିଥିଲା । ଦଳ ପକ୍ଷରୁ ବିଜୟ ଶଙ୍କର ୬୯ ରନ କରିଥିବାବେଳେ ମହେନ୍ଦ୍ର ସିଂ ଧୋନି ୩୦ ରନ କରିଥିଲେ । ଶିଭମ ଦୁବେ ୧୮ ରନ ଓ ଦେଓ୍ବନ କନଓ୍ବେ ୧୩ ରନ କରିଥିଲେ ।

ସେୟାର କରନ୍ତୁ

Next Post

ପାଣିପାଗ ବିଭାଗର ସ ରଚିବ ପାଣିପାଗ ବିଭାଗର ସତର୍କ ସୁଚନା ତାଣ୍ଡବ ରଚିବ କାଳବୈଶାଖୀ ....

Sun Apr 6 , 2025
ବାସ୍ତବବ୍ୟୁରୋ: ଆଭ୍ୟନ୍ତରୀଣ ଓ ଉପକୂଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ ବର୍ଷା ଆଣିବ ଆଶ୍ବସ୍ତି । ଆସନ୍ତା ଏପ୍ରିଲ୍ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୮ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ […]

You May Like

Pin It on Pinterest