ଆଜି ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ୨ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାସ୍ତ ହୋଇଛି । ତେଣୁ ଆଜି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟି୨୦ ମ୍ୟାଚରେ ଭାରତ ବିଜୟ ହାତଛଡା କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ମାତ୍ର ୧୨୬ ରନ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିଲା । ଫଳରେ ଭାରତର ବିଜୟ ହେବା ନେଇ ଆଶା ସଂଚାର ହୋଇଥିଲା । କଙ୍ଗାରୁକୁ ବିଜୟ ପାଇଁ ଶେଷ ଓଭରରେ ୧୪ରନ ଦରକାର ଥିଲା ବେଳେ ଉମେଶ ଯାଦବଙ୍କ ପ୍ରଭାବହୀନ ବୋଲିଂ ପାଇଁ ଦଳ ମ୍ୟାଚ ଜିତି ଯାଇଥିଲା । ତେବେ ଆଜିର ମ୍ୟାଚରେ ଦଳ ଚୟନ କରିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ମ୍ୟାଚରେ ଭାରତ ପରାଜିତ ହୁଏ ତେବେ ସିରିଜ ମଧ୍ୟ ହାତଛଡା କରିବ ।
Next Post
ବଜାରକୁ ଆସୁଛି ପାଞ୍ଚଟିକିଆ କ୍ୟାମେରା ଫୋନ୍ ।
Wed Feb 27 , 2019
ଖୁବଶୀଘ୍ର ବଜାରକୁ ଆସୁଛି ପାଞ୍ଚଟିକିଆ କ୍ୟାମେରା ଫୋନ୍ । ଏହା ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବାକୁ ଯାଉଛି । ଯାହାକୁ କେବଳ ନେକିଆ କମ୍ପାନୀ ବଜାରକୁ ଚାଡ଼ିବାକୁ ଯାଉଛି । ଏହି ଫେନ୍ର ମଡ଼େଲ ହେଉଛି ନୋକିଆ ୯ ପିୟୋର ଭ୍ୟୁ ଯେଉଁଥିରେ ୧୨ ମେଗା ପିକ୍ସାଲ ଥିବା ୫ଟି କ୍ୟାମେରା ରହିଥିବାବେଳେ ସେଥିରୁ ୩ଟି କ୍ୟାମେରାକୁ ବ୍ଲାକ ଏଣ୍ଡ ହ୍ୱାଇଟ୍ ଫଟୋ ପାଇଁ ବ୍ୟବହାର କରିପାରିବେ । […]

You May Like
-
4 years ago
ଆଜି ଖାସ୍ ଖବର…
-
3 years ago
୨୦୨୩ ରେ ଆରମ୍ଭ ହେବ ମହିଳା ଆଇପିଏଲ – ବିସିସିଆଇ