କରୋନାର ପ୍ରଥମ ଲହରରେ ମାଆ’ ଚାଲିଗଲେ ଦ୍ବିତୀୟ ଲହରରେ ବାପା,ବେସାହାରା ଛୁଆ ତିନୋଟିକୁ ସାହାରା ଦେବ କିଏ ?

Photo: Bastab media

ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗ୍ରମର ୧୦ ନଂ ୱାଡ ଅଟୋବାଲା ଭାବେ ପରିଚିତ ଥିବା ସୁକଦେବ ନାଥଙ୍କ ପୁଅ ମନୋଜ କୁମାର ନାଥଙ୍କର ୪୦ ବର୍ଷ ବୟସରେ କରୋନାରେ ମୃତ୍ୟୁ ହୋଇଛି |ଏହି ଖବରକୁ ଅଞ୍ଚଳବାସି ବିଶ୍ଵାସ କରିପାରୁ ନାହାନ୍ତି ଗତ ସପ୍ତାହରେ ଥଣ୍ଡା ଜ୍ବର ହେବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ ପରେ କୋଭିଡ ପରୀକ୍ଷା କରାଯିବାରୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ତାଙ୍କୁ ଭଦ୍ରକ କଲେଜ କୋଭିଡ କେୟାରରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ଧିନ ଅବସ୍ଥାରେ ଗତ ତିନି ତାରିଖ ଅପରାହ୍ନ ରେ ତାଙ୍କର ମୃତ୍ୟୁ ଘଟିଛି |

ଏପରିକି ତାଙ୍କର ମରଶରୀର ନିଜ ଭିଟାମାଟି ଆସିପାରିନଥିଲା ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ଏହି ଖବର ଜାଣିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି କରୋନାର ପ୍ରଥମ ଲହରରେ ମାଁ ଚାଲିଗଲେ ପୁଣି ଦ୍ବିତୀୟ ଲହରରେ ବାପା ଚାଲିଗଲେ ତାଙ୍କ ପରିବାରରେ କଳାମେଘ ସଦୃଶ ଢାଙ୍କି ହୋଇ ପଡିଛି| ମନୋଜଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଏବେ ବାପା ମାଆ ଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି ଏହି ତିନି ବେସାହାରା ସନ୍ତାନକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ପିଏମ କେୟାର ଯୋଜନାରେ ସାମିଲ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରୁଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର

Thu Jun 10 , 2021
ଆଜି ସାବିତ୍ରୀ ଅମାବସ୍ୟା। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି । ରାଜ୍ୟରେ […]

You May Like

Pin It on Pinterest