ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ମରଣ ସହ ଲଢ଼ୁଛନ୍ତି ନରେନ୍ଦ୍ର…

  • ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ହସ୍ପିଟାଲରେ ମରଣ ସହ ଲଢେ଼ଇ କରୁଛନ୍ତି ନରେନ୍ଦ୍ର ପୋଲାଇ । ପୁଅର ଜୀବନ ବଞ୍ଚାଇବାକୁ କାନ୍ଦୁଛି ପୁରା ଗାଁ ।

ବାସ୍ତବବ୍ୟୁରୋ:(ପୋଲସରା)ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟ ର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣା ର ଶିକାର ହେଲେ ନରେନ୍ଦ୍ର। ବାଇକ ସହଯୋଗେ ନରେନ୍ଦ୍ର ବୁଗୁଡା ଅଭିମୁଖେ ଫେରୁଥିବା ବେଳେ ତକରଡ଼ା ଗ୍ରାମ ନିକଟସ୍ଥ ବାଘୁଆ କେନାଲ ବାଙ୍କରେ ଏକ ଅଜଣା ଗାଡି ବାଇକ କୁ ଧକ୍କା ଦେଇ କର୍ସିଙ୍ଗ ଅଭିମୁଖେ ଚାଲିଯାଇଥିଲା । ଯାହା ଫଳରେ ନରେନ୍ଦ୍ର ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବୁଗୁଡା ମେଡିକାଲ ରେ ଭର୍ତି କରିଥିଲେ। କିନ୍ତୁ ନରେନ୍ଦ୍ର ଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ଯେ ପରିବାର ଲୋକେ ଚିକିତ୍ସା କରିବା ପାଇଁ ଅକ୍ଷମ ହୋଇପଡିଛନ୍ତି।

ନରେନ୍ଦ୍ର ଙ୍କ ମା ଆରପାରିକୁ ଚାଲିଯିବା ପରେ ପଙ୍କଳବାଡ଼ି ଗ୍ରାମ ମାମୁ ଘରେ ରହି ପିଲାବେଳୁ ପାଠ ପଢି ଗାଁ ଲୋକଙ୍କ ସେବା ମଧ୍ୟ କରିଥିଲେ । ଏବେ ନରେନ୍ଦ୍ର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଡାକ୍ତର କୁହନ୍ତି ୧୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଗରିବ ପରିବାର ହୋଇଥିବା ରୁ ଭଣଜା ର ଚିକିତ୍ସା କରିବା ପାଇଁ ପୁରା ଅକ୍ଷମ ହୋଇପଡିଛନ୍ତି ପୁରା ପରିବାର। ଅନ୍ୟ ପଟେ ନରେନ୍ଦ୍ର ଙ୍କ ଜୀବନ ବଞ୍ଚାଇବା ପାଇଁ ଗାଁର ପିଲାଠୁ ଆରମ୍ଭ କରି ସମସ୍ତ ସାଙ୍ଗସାଥୀ ଗାଁ ରେ ସାହି ସାହି ବୁଲି କିଛି ଅର୍ଥ ଆଦାୟ କରୁଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ବିଜେପି ଜିଲ୍ଲା ଉପସଭାପତି ତଥା ସମାଜସେବୀ ପ୍ରଭାକର ପଣ୍ଡା ଏଭଳି ଦୁଃଖଦ ଖବର ପାଇ ପରିବାର କୁ ଭେଟି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ସମସ୍ତେ ସହାୟତା ର ହାତ ବଢ଼ାଇ ଗୋଟିଏ ଜୀବନ ବଞ୍ଚାନ୍ତୁ। ଯଦି କୌଣସି ବ୍ୟକ୍ତି ସହଯୋଗ କରିବାକୁ ଚାହୁଛନ୍ତି ତାହାଲେ IFSC – SBIN0004739 – ACCOUNT NUMBER- 36140010863 ଏହି ଏକାଣ୍ଟ ନମ୍ବର ମାଧ୍ୟମରେ ପଠାଇପାରିବେ। ସମସ୍ତ ଜନ ସାଧାରଣ ସହାୟତା ର ହାତ ବଢାଇବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା...

Thu Jun 10 , 2021
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏ ନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌ ମାଧ୍ୟମରେ ଏ କଥାବି ସ୍ପଷ୍ଠ କରିଛନ୍ତି ଯେ, ପୁରା ବ୍ୟତିର ଓଡିଶା ଅନ୍ୟ କୌଣସି ସ୍ଥାନରେ ଏ ବର୍ଷ ରଥ ଯାତ୍ରା ହେବ ନାହିଁ । କେବଳ ମନ୍ଦିର ପରିସରରେ ହେବ […]

You May Like

Pin It on Pinterest