
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) ଏସସିବି ମେଡିକାଲ ରେ ୨ ଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ଭିଡ଼ିଓ କନଫରେନ୍ସିଂ ଜରିଆରେ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସମଗ୍ର ରାଜ୍ୟର ୭ଟି ଜିଲ୍ଲାର ସ୍ବାସ୍ଥ୍ୟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ମାନଙ୍କରେ ସ୍ବାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି।
କଟକରେ ଏସସିବି ମେଡିକାଲ ଓ ହସ୍ପିଟାଲରେ ୨ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ କରିବା ସହ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ (600LPM) ର ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥା(PSA) ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଏବଂ ଏଥି ସହିତ ୧୨ କୋଟି ଟଙ୍କାରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏଠାରେ
ସୂଚନାଯୋଗ୍ୟ ଯେ ଏହି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଛାତି, ଯକ୍ଷ୍ମା ରୋଗ ଆଦି ୱାର୍ଡକୁ ସିଧା ସଳଖ ଅକ୍ସିଜେନ ଯୋଗାଇ ଦିଆଯାଇପାରିବ। ତେବେ ଏହି କାମ ଶୀଘ୍ର ଆରମ୍ଭ ହୋଇ ଶୀଘ୍ର ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଆରଡିସି ଅନୀଲ କୁମାର ସାମଲ ।



