କଟକ କମିସନରେଟ ପୋଲିସ୍ ହାତରେ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ…

କଟକ:(ଦୀପକ୍ କୁମାର)କଟକ କମିସନରେଟ ପୋଲିସ କୁ ମିଳି ଚାଲିଛି ସଫଳତା ପରେ ସଫଳତା । ମଙ୍ଗଳାବାଗ ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରି ଏକ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଇଚ୍ଛାପୁର କଇଁଆଗୋଳର ବିଶ୍ୱଜିତ ଦାସ ଓରଫ ବିଟୁ(୩୨), କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ଦଧିବାମନପୁର ସଞ୍ଜୟ ସାମଲ(୩୦), ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଦୋହରାପାଟଣାର ବୁଟୁ ନାଏକ(୩୫), କଟକ ଜଗତପୁର ଥାନା ଅନ୍ତର୍ଗତ ମଙ୍ଗଳାସାହିର ପ୍ରଶାନ୍ତ ବାରିକ ଓରଫ ଟିକିନା(୪୧), ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ରେଢୁଆର ରାଜେଶ ଖଟୁଆ ଓରଫ ରାଜା(୩୫) ଓ କଟକ ନିଆଳି ଥାନା ଅନ୍ତର୍ଗତ କସର୍ଦା ପଦାତିରାର ଶୁଭଦର୍ଶନ ଦାଶ ଓରଫ କଇନ(୨୪) ।

ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ, ଗତ କାଲି ସନ୍ଧ୍ୟାରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ମହାନଦୀ କୂଳ ହାଡ଼ିଆପଠାରେ କେତେକ ଅସାମାଜିକ ଯୁବକ ମାରଣାସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଏ ସଂପର୍କରେ ପୁଲିସକୁ ଗୁପ୍ତ ଖବର ମିଳିଥିଲା । ମଙ୍ଗଳାବାଗ ଥାନା ଥାନାଧିକାରୀ ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୬ ଜଣଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୫ଟି ବନ୍ଧୁକ, ୩୦ ଟି ଗୁଳି, ଗୋଟିଏ ହୁଣ୍ଡା ଆକ୍ଟିଭା(ଓଡ଼ି ୨୧ ଜି ୯୬୮୮), ଗୋଟିଏ ୟାମାହା ଆର-୧୫ (ଓଡ଼ି ୦୫ ଏଏଚ ୭୯୯୫) ଓ ୬ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା ।

ସେମାନେ ହାଓଡ଼ା ମୋଟର ଛକ ପେଟ୍ରୋଲ ପମ୍ପରୁ ଡକାୟତି କରିବାକୁ ଯୋଜନା କରୁଥିବା ସଂପର୍କରେ ପଚରା ଉଚରା ବେଳେ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର...

Fri Jun 11 , 2021
ଝାରସୁଗୁଡା ବିମାନବନ୍ଦରରେ ଲାଗିବ Instrumental Landing System । ବର୍ଷା ସମୟରେ ଅବା କୋହଲା ପାଗରେ ବିମାନସେବା ବାତିଲ ହେବନାହିଁ । ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ । ଖାଇବା ତେଲ ମଧ୍ୟ ଲିଟର ପିଛା ୨୦୦ ଟପିଲାଣି । ଏପଟେ ଖାଉଟି ହେଲେଣି ହଇରାଣ । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାକୁ […]

You May Like

Pin It on Pinterest