ଆଜି ଖାସ୍ ଖବର…

ଝାରସୁଗୁଡା ବିମାନବନ୍ଦରରେ ଲାଗିବ Instrumental Landing System । ବର୍ଷା ସମୟରେ ଅବା କୋହଲା ପାଗରେ ବିମାନସେବା ବାତିଲ ହେବନାହିଁ ।

ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ । ଖାଇବା ତେଲ ମଧ୍ୟ ଲିଟର ପିଛା ୨୦୦ ଟପିଲାଣି । ଏପଟେ ଖାଉଟି ହେଲେଣି ହଇରାଣ । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାକୁ ବିରୋଧ କରି ଶୁକ୍ରବାର କଂଗ୍ରେସ ତରଫରୁ ସାରା ରାଜ୍ୟରେ ଧାରଣା ବିକ୍ଷୋଭ ଚାଲିଥିବା ବେଲେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ ଜାରି ରହିଛି ।

ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ଜିଲ୍ଲା କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠନାଥ ଶତପଥୀଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ୧୨ ଘଣ୍ଟିଆ ରାସ୍ତାରୋକ କରିଛନ୍ତି । ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଲିଥିବା ଅଚଳାବସ୍ଥା ର ସମାଧାନ ଦାବିରେ ଚାଷୀମାନେ ଏହି ପଦକ୍ଷପ ନେଇଛନ୍ତି ।

କରୋନାରେ ଆକ୍ରାନ୍ତ ହୋଇ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଙ୍କ ଦେହାନ୍ତ ହୋଇଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଇହଲୀଳା ସମ୍ପନ୍ନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ରାଜନେତା ଓ ଶିକ୍ଷାବିତ୍ ଶୋକବ୍ୟକ୍ତ କରିଛନ୍ତି। ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଜୈବ କୃଷି ବିଶେଷଜ୍ଞ ଓ ଅର୍ଥନୀତି ପ୍ରଫେସର ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜସେବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ‘ଉତ୍କଳ ସେବା ସମ୍ମାନ’ ଏବଂ ପରିବେଶ ସୁରକ୍ଷା ପାଇଁ ୟୁଏନଏପିର ‘ଗ୍ଲୋବାଲ ରୋଲ୍ ଫ୍ର ଅନର’ ପୁରସ୍କାର ପାଇଥିଲେ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୪୨୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୨୨୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୭୨୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଆଂଶିକ ଛୁଇଁଛି । ୩୬ ଘଣ୍ଟା ଭିତରେ ରାଜ୍ୟର ବାକି ଅଞ୍ଚଳରେ ବି ପହଞ୍ଚିବ ମୌସୁମୀ । ପାଣିପାଗ ବିଭାଗରି ଆକଳନ, ଆଜିଠୁ ବର୍ଷା ବଢ଼ିପାରେ ।

ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ନୋରବାଗସ୍ଥିତ ବାଲମିକି କଲୋନୀରେ ବିଳମ୍ୱିତ ରାତିରେ ଭହଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁର ଭୟାବହତା ଏତେ ଥିଲା ଯେ, କିଛି ସମୟ ଭିତରେ ଅନେକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଗୋଟିଏ ଘରେ ଏଲପିଜି ଗ୍ୟାସ ଲିକ ହେତୁ ଏହି ଅଗ୍ନିକାଣ୍ଡରେ ଘଟିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା ପାଇବା ପରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

କୋୱିନ୍ ଆପ୍‌ ରେ ଟିକା ସ୍ଲଟ୍‌ ବୁକିଂ ପାଇଁ ୨୪ ଘଣ୍ଟାରେ ହଜାରେରୁ ଅଧିକ ଥର ସର୍ଚ୍ଚ କରୁଥିବା କିମ୍ବା ୫୦ରୁ ଅଧିକ ଓଟିପି ବାହାର କରୁଥିବା ୟୁଜରଙ୍କୁ କୋୱିନ୍ ଆପ୍‌ ବ୍ଲକ୍ କରିବ। ୨୪ ଘଣ୍ଟା ପାଇଁ ଏହି ୟୁଜରମାନଙ୍କୁ ବ୍ଲକ୍ କରାଯିବ । ୧୫ ମିନିଟ୍‌ର ଅବଧି‌ରେ ଯେଉଁମାନେ ୨୦ ଥରରୁ ଅଧିକ ସର୍ଚ୍ଚ ଅନୁରୋଧ କରିବେ ସେହି ୟୁଜରମାନଙ୍କୁ ବ୍ୟବସ୍ଥା ଆପେ ଲଗ୍‌ଆଉଟ୍ କରିଦେବ।

ଦିଲ୍ଲୀରେ ମଦର ହୋମ ଡେଲିଭରୀ ପାଇଁ ଅନୁମତି ମିଳିବା ପରେ ଆଜିଠୁ ବିତରକମାନେ ଲାଇସେନ୍ସ ପାଇଁ ଆବେଦନ କରିବେ । ମଦ ବିତରଣକୁ ନେଇ ଦିଲ୍ଲୀ ସରକାର ଏକ ସଂଶୋଧିତ ନୀତି କାର୍ଯ୍ୟକାରୀ କରିଛନ୍ତି । ଏକ୍ସାଇଜ୍ (ସଂଶୋଧନ) ନିୟମ ଅନୁଯାୟୀ, ୨୦୨୧ ରୁ ଆଜିଠାରୁ L-13 ଲାଇସେନ୍ସଧାରୀଙ୍କୁ ଗ୍ରାହକଙ୍କ ଦ୍ୱାରରେ ମଦ ବିତରଣ କରିବାକୁ ଅନୁମତି ଦିଆଯିବ ।

୭୩ ବର୍ଷରେ ପାଦ ଥାପିଲେ ଲାଲୁ ପ୍ରସାଦ ଯାଦବ ।  ୧୯୪୮ ମସିହା, ଆଜିର ଦିନ ଅର୍ଥାତ ଜୁନ୍ ୧୧, ବିହାରର ଫୁଲୱରିଆରେ ଜନ୍ମ ଗ୍ରହଣ କରିଥିଲେ ଲାଲୁ ପ୍ରସାଦ ଯାଦବ ।

ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି ଏଜେଣ୍ଟମାନଙ୍କୁ କରୋନା ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୈଳ ଦର ବୃଦ୍ଧି ପ୍ରତିବାଦ, ନିଶ୍ଚନ୍ତକୋଇଲି ବ୍ଲକ କଟିକଟା ପେଟ୍ରୋଲ ପମ୍ପ୍ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Fri Jun 11 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ,ଓଡିଶାର ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ,ନିଶ୍ଚନ୍ତ କୋଇଲି ବ୍ଲକ କଂଗ୍ରେସ ତରଫ ରୁ କଟିକଟା ପଦ୍ମିନୀ ପେଟ୍ରୋଲ […]

You May Like

Pin It on Pinterest