କମିକମି ଆସୁଛି କରୋନା ସଂକ୍ରମଣ ହାର,ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୨ ସଂକ୍ରମିତ ଚିହ୍ନଟ

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେ ମାସ ଯେତିକି ସରିସରି ଆସୁଛି ସେତିକି କମିକମି ଆସୁଛି କରୋନା ସଂକ୍ରମଣ ହାର | ଲୋକଙ୍କ ମନରେ ଆସିଛି ଆଶ୍ବସ୍ତି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋ,ଇଛନ୍ତି । ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି।

ଏହି ଚିହ୍ନଟ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ପଛକୁ ରହିଛି କଟକ, କଟକରୁ ୫୦୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଯାଜପୁରରୁ ୩୮୨ ଜଣ, ବାଲେଶ୍ୱରରୁ ୩୬୪ଜଣ,କେନ୍ଦ୍ରାପଡ଼ାରୁ ୨୮୭ଜଣ,ଅନୁଗୁଳରୁ ୨୭୫ଜଣ, ପୁରୀରୁ ୨୩୭ଜଣ,ଭଦ୍ରକରୁ ୨୨୨ଜଣ ଓ ମୟୁରଭଞ୍ଜରୁ ୨୧୦ଜଣ ରହିଛନ୍ତି|

ସେହିପରି ଜଗତସିଂହପୁରରୁ ୧୮୦ ଜଣ,ଢେଙ୍କାନାଳରୁ ୧୫୦ଜଣ, ବରଗଡ଼ରୁ ୬୧ ଜଣ, ବଲାଙ୍ଗୀରରୁ ୩୧ ଜଣ, ବୌଦ୍ଧରୁ ୫୭ଜଣ, ଦେବଗଡ଼ରୁ ୨୦ ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୦ ଜଣ,ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୮୩ ଜଣ, କେଉଁଝରରୁ ୯୬ଜଣ, କୋରାପୁଟରୁ ୮୮ ଜଣ, ମାଲକାନଗିରିରୁ ୮୯ଜଣ, ମୟୁରଭଞ୍ଜରୁ ୨୧୦ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡ଼ାରୁ ୧୦୫ ଜଣ, ସମ୍ୱଲପୁରରୁ ୪୧ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲରୁ ୯୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଧା ରାଜ୍ୟରେ ୮,୪୭, ୩୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୭,୮୧,୪୮୮ ଜଣ ସୁସ୍ଥ ହୋଇଥିବା ବେଳେ, ୬୨, ୫୧୫ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jun 12 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୪୭୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୫୧୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୮୧୪୮୮ ଜଣ ସୁସ୍ଥ […]

You May Like

Pin It on Pinterest