କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ତୈଳ ଦର ବୃଦ୍ଧି ପ୍ରତିବାଦରେ ଭାରତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Photo Bastab media

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ସାମିଲ ହୋଇଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ | ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ ଜିଲ୍ଲାର ଛାମୁଆ କଂଗ୍ରେସ ନେତା ତଥା କର୍ମୀମାନେ ଭାରତ ପେଟ୍ରୋଲ ପମ୍ପ୍ ତିନିମୁହାଣୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି | ଏଥିରେ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ନେତୃତ୍ୱ ନେଇ ଥିଲେ |

ସମସ୍ତ କଂଗ୍ରେସ କର୍ମୀ ମାନେ କଳା ମାସ୍କ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ | କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ସାଧାରଣ ଜନତାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୋଷଣ ନୀତି | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଜନ ମାରଣନୀତି,ତୁରନ୍ତ ପ୍ରତ୍ୟାହାର କଂଗ୍ରେସ ଦଳର ଆଭିମୁଖ୍ୟ ବୋଲି ଶ୍ରୀ ବେହେରା କହିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁକୁଲ ରୟଙ୍କ 'ଘର ବାହୁଡା 'ଫେରିଲେ ମମତାଙ୍କ ଛାୟାକୁ

Fri Jun 11 , 2021
ବାସ୍ତବବ୍ୟୁରୋ:(କୋଲକତା)ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ​​ହାରିବା ପରେ ବିଜେପି ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ।ତୃଣମୂଳରୁ ବିଜେପିରେ ସାମିଲ ହୋଇଥିବା ନେତା ମାନେ ପୁଣି ଘରକୁ ଫେରିବାକୁ ଛଟପଟ ହେଲେଣି | ମମତାଙ୍କ ସହ ମନାନ୍ତର ହେତୁ ଦଳରୁ ତାଡିଆଖାଇଥିବା ନେତା,ସର୍ବ ପ୍ରଥମେ ବିଜେପିକୁ ଦେଇଥିଲେ ମୁକୁଲ ରୟ |ହେଲେ ଏବେ ଘରକୁ ଫେରିଛନ୍ତି ଅର୍ଥାତ୍ ସେ ଟିଏମସି ଫେରିଛନ୍ତି। ବାସ୍ତବରେ ସେ ତାଙ୍କ ପୁଅ ସୁଭ୍ରାନ୍ସୁଙ୍କ ସହ ତୃଣମୂଳ […]

You May Like

Pin It on Pinterest