ବାସ୍ତବ ବ୍ୟୁରୋ:(ଚାନ୍ଦବାଲି) ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଉଦଘାଟନ କରିଥିଲେ । କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଅନୁଭବ ହେଉଛି ତେଣୁ ରକ୍ତବିନା କାହା ଜୀବନ ନ ଯାଉ କି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ନ ରହୁ ଏହା ବିଜୁଯୁବ ବାହିନୀର ଲକ୍ଷ୍ୟ ବୋଲି କହିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ସହଯୋଗରେ ଅନୁଷ୍ଠିତ ଉକ୍ତ ଶିବିରରେ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।



