ଦୁଗ୍ଧ ଚାଷୀଙ୍କୁ କରୋନା ମାଡ଼, ରାସ୍ତାରେ ଢ଼ାଳୁଛନ୍ତି ଶହଶହ ଲିଟର କ୍ଷୀର…

ବାସ୍ତବବ୍ୟୁରୋ:(କୋଣାର୍କ)କୋଣାର୍କ- ଭୁବନେଶ୍ୱର ମୁଖ୍ୟ ରାସ୍ତା ପାର୍ଶ୍ଵର ସାରଡା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର ପ୍ଲାଣ୍ଟ ସାମ୍ନା ରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ବିକ୍ଷୋଭ।ସାରଡା ଗ୍ରାମବାସୀ ଙ୍କୁ ଏହି ଘରୋଇ ଦୁଗ୍ଧ କମ୍ପାନୀ ଦୁଗ୍ଧ ଚାଷ କରିବାକୁ ଋଣ ଯୋଗାଇ ଦେଇଥିଲା।ଚାଷୀ ମାନଙ୍କ ଠାରୁ ପ୍ରତିଦିନ ୧୫୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣ ର ଦୁଗ୍ଧ ଏହି ଘରୋଇ କମ୍ପାନୀ ଗ୍ରହଣ କରୁଥିବା ବେଳେ, ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଦୁଗ୍ଧ ଚାଷୀ ଙ୍କ ଠାରୁ ପ୍ରତିଦିନ ୨ ଥର ନେଉଥିବା ଦୁଗ୍ଧ କୁ ଦିନକୁ ଗୋଟିଏ ଥର ଚାଷୀ ପିଛା ୩୦ ଲିଟର ଦୁଗ୍ଧ ନେବ ବୋଲି କମ୍ପାନୀ ଚାଷୀ ଙ୍କୁ ଜଣାଇଥିଲା।

ଚାଷୀ ମାନେ ପୂର୍ବରୁ କ୍ଷତି ସହି ଆସୁଥିଲେ ମଧ୍ୟ ଚୁପ ରହୁଥିଲେ।କିଛିଦିନ ଧରି ଲଗାତାର ଭାବେ ଏହି ଘରୋଇ କମ୍ପାନୀ ଚାଷୀ ଙ୍କ ଠାରୁ ନେଉଥିବା ଗୋଟିଏ ସମୟ ର ଦୁଗ୍ଧ ଗ୍ରହଣ ନକରିବାରୁ ଆଜି ଅତିଷ୍ଠ ହୋଇ ଚାଷୀ ମାନେ ମିଳିତ ହୋଇ ସେହି ଘରୋଇ ଦୁଗ୍ଧ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଶହ ଶହ ଲିଟର ଦୁଗ୍ଧ ରାସ୍ତା ମଝିରେ ଢାଳି ଦେଇଛନ୍ତି।ଦୈନିକ କ୍ଷତି ସହି ଆସୁଥିବା ଦୁଗ୍ଧ ଚାଷୀ ଏବେ ହତାଶ ହୋଇ ମୁଣ୍ଡରେ ହାତ ଦେଇଥିବା ଦେଖିବାକୁ ମିଳିଛି। ଏ ଘଟଣା ଲୋକ ଲୋଚନକୁ ଆସିବା ପରେ ଦୁଗ୍ଧ କମ୍ପାନୀ ଆସନ୍ତା କାଲି ଠାରୁ ଦୈନିକ ଦୁଗ୍ଧ ଗ୍ରହଣ କରିବା ନେଇ ଚାଷୀ ଙ୍କୁ ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ପୁଲିସରେ ଏଣିକି ନିଯୁକ୍ତି ପାଇପାରିବେ କିନ୍ନର...

Sat Jun 12 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶା ପୁଲିସରେ ଏଣିକି ନିଯୁକ୍ତି ପାଇପାରିବେ କିନ୍ନର।ଡିଜିପି ଅଭୟଙ୍କ ସୂଚନା ଅନୁସାରେ ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ କିନ୍ନର ମାନେ ଆବେଦନ କରି ପାରିବେ ।ଏହି ପଦବୀ ପାଇଁ ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ସ୍ଥିର କରାଯାଇଛି ।ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଖୁଶିବ୍ୟକ୍ତ କରିଛନ୍ତି ବିଭିନ୍ନ କିନ୍ନର ସଂଘ | […]

You May Like

Pin It on Pinterest