ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶା ପୁଲିସରେ ଏଣିକି ନିଯୁକ୍ତି ପାଇପାରିବେ କିନ୍ନର।ଡିଜିପି ଅଭୟଙ୍କ ସୂଚନା ଅନୁସାରେ ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ କିନ୍ନର ମାନେ ଆବେଦନ କରି ପାରିବେ ।ଏହି ପଦବୀ ପାଇଁ ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ସ୍ଥିର କରାଯାଇଛି ।ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିରେ ଖୁଶିବ୍ୟକ୍ତ କରିଛନ୍ତି ବିଭିନ୍ନ କିନ୍ନର ସଂଘ | ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । କିନ୍ନର ନେତ୍ରୀ ମୀରା ପରିଡ଼ା,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।



