ସର୍ତ୍ତ ମୂଳକ ଜାମିନରେ ଝାରପଡା ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୬ ମାସ ଜେଲରେ ରହିବା ପରେ ସର୍ତ୍ତ ମୂଳକ ଜାମିନରେ ଝାରପଡା ଜେଲରୁ ଆଜି(ଶନିବାର) ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।୬ ଟି ମାମଲାରେ ଜଡିତ ହୋଇ, ଗତ ବର୍ଷ ଡିସେମ୍ବର ୩ ତାରିଖରୁ ସେ ଭୁବନେଶ୍ୱର ଝାରପଡା ଜେଲ୍‌ରେ ଥିଲେ।ସୂଚେନିନୁଯାଇ,।୬ ଟି ଯାକ ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

ଜାମିନ ବାବଦରେ ପ୍ରଦୀପ ମୋଟ ୬୯ ଲକ୍ଷ ୪୫ ହଜାର ଟଙ୍କାର ବଣ୍ଡ ପ୍ରଦାନ କରିଛନ୍ତି।ଗତକାଲି ସେ ଗୋଟିଏ ମାମଲାରେ ସର୍ତ୍ତମୂଳକ ଜାମିନ ପାଇଥିଲେ।ଦୀର୍ଘ ଛଅ ମାସ ଆଠ ଦିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ। ତାଙ୍କୁ ଜେଲ୍ରୁ ନେବା ପାଇଁ ତାଙ୍କ ପତ୍ନୀ ଆସିଥିଲେ ।

ପ୍ରଦୀପ ପାଣିଗ୍ରାହୀଙ୍କ ସହ ତାଙ୍କର ଭାବି ସମୁଦି ଆଇଏଫଏସ ଅଧିକାରୀ ପ୍ରଦୀପ ପାଠକ ମଧ୍ୟ ଗିରଫ ହୋଇଥିଲେ। ଅଭୟ ପାଠକଙ୍କ ସହିତ ପ୍ରଦୀପଙ୍କ ସଂପର୍କ ଥିଲା ବୋଲି ଅଭିଯୋଗ ଆସିଥିଲା । ସେ ବ୍ରହ୍ମପୁର ତଥା ଗଂଜାମର କିଛି ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ନେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏସବୁ ଘଟଣା ପରେ ବିଜୁ ଜନତା ଦଳ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅର୍ଜୁନ ସେତୁ ପୁନଃ ନିର୍ମାଣ ପାଇଁ ଜନ ଆନ୍ଦୋଳନ...

Sat Jun 12 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)ଆଜି ଭଦ୍ରକ ପୌରପାଳିକା ୧୫ ନମ୍ବର ୱାର୍ଡରେ ଅର୍ଜୁନ ସେତୁ ପୁନଃ ନିର୍ମାଣ ପାଇଁ ଦାବିରଖୀ ଏକ ଆନ୍ଦୋଳନ ଆରମ୍ଭ କରିଛି ଭଦ୍ରକ ବିଜେପି ଯୁବମୋର୍ଚା। ଏଥିରେ କୁଆଁସ ଗ୍ରାମର ବରିଷ୍ଠ ଶିକ୍ଷକ ଭଗବାନ ମିଶ୍ର, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ପ୍ରେମାନନ୍ଦ ବେହେରା,ଶଶିକାନ୍ତ ମହାନ୍ତି,ମଣ୍ଡଳ ସଭାପତି ପ୍ରଭାକର ସାମଲ ତଥା ଯୁବନେତା ବୃଷଭାନୁ ସାହୁ,ଅଭିନାଶ ପଟ୍ଟନାୟକ, ଶିଵଶଙ୍କର ଦାସ,ହିମାଂଶୁ ଗୁପ୍ତା, ପୁଷ୍ପକାନ୍ତ ସାହୁ,ସମ୍ବିତ ପଣ୍ଡା,ତପେସ ଦାସ,ସମ୍ବିତ ଜେନା,ପ୍ରିୟରଞ୍ଜନ ସାହୁ,ଗଙ୍ଗାଧର […]

You May Like

Pin It on Pinterest