ବାସ୍ତବବ୍ୟୁରୋ:(ଭଦ୍ରକ) ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ | ଆଉ ପଦରେ ପଡିଲା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନିଚ୍ଛକ ଚିତ୍ର। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ରୋଗୀକୁ ଖଟିଆରେ ନେବାକୁ ପଡୁଛି। ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଉପକୂଳ ଅଞ୍ଚଳର।
ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ପଂଚପଡାର, ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ବାଧ୍ୟ ହୋଇ କିଛି ବ୍ୟକ୍ତି ତାଙ୍କୁ ଖଟିଆରେ ବୋହି ଗ୍ରାମଠାରୁ ୧ କିଲୋମିଟର ନେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗ୍ରାମକୁ ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୋହିବାକୁ ନେଇ ଗ୍ରାମରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।



