
ବାସ୍ତବବ୍ୟୁରୋ:(ଭଦ୍ରକ)ଆଜି ଭଦ୍ରକ ପୌରପାଳିକା ୧୫ ନମ୍ବର ୱାର୍ଡରେ ଅର୍ଜୁନ ସେତୁ ପୁନଃ ନିର୍ମାଣ ପାଇଁ ଦାବିରଖୀ ଏକ ଆନ୍ଦୋଳନ ଆରମ୍ଭ କରିଛି ଭଦ୍ରକ ବିଜେପି ଯୁବମୋର୍ଚା। ଏଥିରେ କୁଆଁସ ଗ୍ରାମର ବରିଷ୍ଠ ଶିକ୍ଷକ ଭଗବାନ ମିଶ୍ର, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ପ୍ରେମାନନ୍ଦ ବେହେରା,ଶଶିକାନ୍ତ ମହାନ୍ତି,ମଣ୍ଡଳ ସଭାପତି ପ୍ରଭାକର ସାମଲ ତଥା ଯୁବନେତା ବୃଷଭାନୁ ସାହୁ,ଅଭିନାଶ ପଟ୍ଟନାୟକ, ଶିଵଶଙ୍କର ଦାସ,ହିମାଂଶୁ ଗୁପ୍ତା, ପୁଷ୍ପକାନ୍ତ ସାହୁ,ସମ୍ବିତ ପଣ୍ଡା,ତପେସ ଦାସ,ସମ୍ବିତ ଜେନା,ପ୍ରିୟରଞ୍ଜନ ସାହୁ,ଗଙ୍ଗାଧର ଦାସ,ମହେଶ ପ୍ରଧାନ ଏବଂ ଅନେକ ଯୁବ ବନ୍ଧୁ ସହଯୋଗ କରିବା ସହିତ ଭଦ୍ରକ ପ୍ରଶାସନ,ବିଧାୟକ ,ସାଂସଦ ,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ
ଦାବିନୁସାରେ ଭଦ୍ରକ ବିଧାନସଭା କୁଆଁସ ସ୍ଥିତ ଅର୍ଜୁନ ସେତୁର ପ୍ରଶସ୍ତିକରଣ ନାମରେ ବିକଳ୍ପ ବ୍ୟବସ୍ଥା ନକରି ଅସମୟରେ(ବର୍ଷାଦିନ ଓ କରୋନା ମହାମାରୀ) ରାତି ଅଧିଆ ପୋଲ ଭଙ୍ଗା ଯିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଜନ ସାଧାରଣଙ୍କ ଦାବି ଅର୍ଜୁନ ସେତୁର ତୁରନ୍ତ ପୁନଃ ନିର୍ମାଣ(ଅଥବା ବିକଳ୍ପ ପୋଲ ନିର୍ମାଣ) ହେଉ ।
ଏବଂ ଅର୍ଜୁନ ସେତୁର ନାମକୁ ରାଜନୈତିକ ଆକ୍ରୋଶ ରଖି ବଦଳା ଯିବା କେତେଦୂର ଯୁକ୍ତିଯୁକ୍ତ ଅଟେ ତାହା ଜନ ସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେଥିପାଇଁ ବିଜେପି ଯୁବ ମୋର୍ଚ୍ଚା ପୁରୁଣା ନାମ ଅନୁସାରେ ଅର୍ଜୁନ ସେତୁ ହିଁ ରଖାଯାଉ ବୋଲି ଦାବି ରଖିଛି।