ବାସ୍ତବବ୍ୟୁରୋ:(ଭଦ୍ରକ)ସାବିତ୍ରୀ ଓଷାର ପରଦିନର ସାବିତ୍ରୀ ହାତରୁ ଭାଙ୍ଗିଯାଇଛି ସଙ୍ଖା ଆଉ ଲିଭିଯାଇଛି ମଥାରୁ ସିନ୍ଦୁର | ଏମିତି ଏକ ହୃଦୟ ବିଦାରକ ଦୁଖଦଃ ଘଟଣା ଯାହା ସାରା ଅଞ୍ଚଳକୁ ମର୍ମାହତ କରିଛି | ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆମ୍ବରୋଳି ପଞ୍ଚାୟତର ତଳାଙ୍ଗ ଗ୍ରାମରେ, ବିଜେଡିର ଜଣେ ଆଗ ଧାଡ଼ିର ଯୁବ ନେତା ତଥା ଆମ୍ବରୋଳି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିପ୍ରକାଶ ସାମଲଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳ ସ୍ତବ୍ଧ କରିଦେଇଛି |ସମସ୍ତଙ୍କ ପ୍ରିୟ.ଜଗା ଭାଇ ନାମରେ ବେସ ପରିଚିତ ଥିବା ବ୍ୟକ୍ତିଙ୍କୁ ଏବେ ଝିରୁଛି ନିଜ ଗାଁ ଏବଂ ଝୁରୁଛନ୍ତି ନିଜ ସାଙ୍ଗସାଥି |

ସେ ଏକାଧାରରେ ଜଣେ ଜନ ନେତା,କ୍ରିକେଟ ଖେଳାଳି ଏବଂ ଯାତ୍ରା କଳାକାର ଥିଲେ |କ୍ରିକେଟ ଖେଳରେ ବେସ ରୁଚି ରଖିଥିବା ସହ ଜଣେ ଭଲ ଯାତ୍ରା ଅଭିନେତା ଥିଲେ |ଏଇ ଯାତ୍ରା ମଞ୍ଚରୁ ଯାତ୍ରା ଟାଇଗର ଦୈତାରି ପଣ୍ଡାଙ୍କ ସହ ସୃଷ୍ଟି ହୋଇଥିଲା ପାରିବାରିକ ସମ୍ପର୍କ | ତେବେ ଗାଁ ଯାତ୍ରାରେ ଅନେକ ନାଟକରେ ନିଜ ଅଭିନୟର ଛାପ ଛାଡିଥିବା କଳାକାରଙ୍କୁ ସବୁଦିନ ଝୁରିବ ଗାଁ ଯାତ୍ରା ମଞ୍ଚ | ୨୦୧୭ ଗତ ନିର୍ବାଚନ ପଞ୍ଚାୟତରେ ଆମ୍ବରୋଳି ଗ୍ରାମ ପଞ୍ଚାୟତରେ ପ୍ରଥମ ଥର ପାଇଁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଜ୍ୟୋତିପ୍ରକାଶ |
ଆଉ ୨୦୧୮ରେ ବିବାହ କରିଥିଲେ, ଦୁଇ ବର୍ଷର ପୁଅ ଓ ସ୍ତ୍ରୀଙ୍କୁ ପରକରୀ ଆରପାରିର ଜ୍ୟୋତିପ୍ରକାଶ | ତେବେ ଖେଳ ପ୍ରତି ରୁଚି ରଖିଥିବା ଜଗା ଭାଇଙ୍କର ଶେଷ ଇଛା ଥିଲା ଗାଁ ରେ ଗୋଟେ ମିନି ଷ୍ଟାଡିୟମ କରିବା ପାଇଁ,. ସେ ସମିତି ସଭ୍ୟ ହେବା ପରେ ସେ କାମକୁ ବି ସେ ଆରମ୍ଭ କରିଥିଲେ,ଏବଂ ତା ସହ ଗ୍ରାମର ଅନେକ ଗୁଡିଏ ଉନ୍ନତି ମୂଳକ କାର୍ଯ୍ୟ କରି ଗାଁ ଲୋକଙ୍କର ଅତି ପ୍ରିୟ ହୋଇଥିଲେ|.ଆଉ ଫେରିବେନି ଅଫେରା ବାଟର ବାଟୋଇ ସାବିତ୍ରୀଙ୍କ ପାଇଁ ଅଫେରା ହୋଇ ରହିଗଲେ ସତ୍ୟବାନ,.ତେବେ ଭଗବାନ କରନ୍ତୁ ସିଏ ଯଉଠି ବି ରୁହନ୍ତୁ ଭଲରେ ରୁହନ୍ତୁ ଏବଂ ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ଦିଅନ୍ତୁ |