
ବାସ୍ତବବ୍ୟୁରୋ:(ଭବାନୀପାଟଣା)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡି ରହିଥିବା ବେଳେ ଗତ କାଲିଠାରୁ ଲାଗିରହିଥିବା ଲଗାଣ ବର୍ଷା ଚାଷୀଙ୍କ ପାଇଁ ବେଢ଼ି ଉପରେ କୋରଡ଼ା ମାଡ ସଦୃଶ l ଆସନ୍ତୁ କୋଟଗାଁ ମଣ୍ଡିରୁ ଜାଣିବା କିପରି ଅଛି ମଣ୍ଡିର ପରିସ୍ଥିତି| ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ ଟୋକାନ ପାଇ ନିର୍ଦ୍ଧାରିତ ସମୟରେ କୋଟଗାଁମଣ୍ଡିକୁ ବିକ୍ରି ପାଇଁ ଧାନ ଆଣିଥିଲେ ଚାଷୀ l ବିଳମ୍ବିତ ମଣ୍ଡି ଓ କ୍ରୟକାରୀ ସଂସ୍ଥାର ଅବହେଳା ଯୋଗୁ ଅନେକ ଚାଷୀଙ୍କ ଟୋକାନ ଲେପ୍ସ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି l
ଭିତ୍ତିଭୂମି ଅଭାବରୁ କୋଟଗାଁ ମଣ୍ଡିରେ ଦେଖା ଦେଇଛି ଅନେକ ସମସ୍ୟା l ଧାନ ରଖିବା ପାଇଁ ପିଣ୍ଡି କିମ୍ବା ଶେଡ଼ ନଥିବାରୁ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର କ୍ୟୁଣ୍ଟାଲ ଧାନ l ବର୍ଷା ଲାଗିରହିଥିବାରୁ କେତେକ ଚାଷୀଙ୍କ ଧାନ ଗଜା ହେବl ଆରମ୍ଭ ହେଲାଣି l ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହୁଛନ୍ତି ଚାଷୀ lକଷ୍ଟ ଲବ୍ଧ ଧାନକୁ କେଉଁଠି ଏବଂ କିଭଳି ବିକ୍ରି କରିବେ ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି l



