
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଚାନ୍ଦବାଲି ଏ.ନ.ଏ.ସି ବାଲିଗାଁ ରେ ବାତ୍ୟା ୟାସ ର ବିପନ୍ନ ମାନଙ୍କୁ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ସ୍ବତନ୍ତ୍ର ରିଲିଫ ପ୍ରଦାନ କରାଯାଇଛି। ବାତ୍ୟା ୟାସ ୧୭ଦିନ ପରେ ମଧ୍ୟ ଏ.ନ.ଏ.ସି.ବାଲିଗାଁ ରେ ବାତ୍ୟା ୟାସର ବିପନ୍ନ ମାନଙ୍କୁ ପ୍ରଶାସନ ପକ୍ଷରୁ କୈାଣସି ସହାୟତା ପ୍ରଦାନ କରାଯାଇନାହିଁ ବୋଲି ବିପନ୍ନ ମାନେ କ୍ଷୋଭପ୍ରକାଶ କରିଛନ୍ତି । ଆଜଯାଏ ବିପନ୍ନ ମାନେ ତାଙ୍କର ସେହି ଭଙ୍ଗା କୁଡିଆ ଘରେ ଏବେବି ସମସ୍ଯା ରହିଛନ୍ତି। ଏଥିନେଇ ଉତ୍କଳ ବିପନ୍ନ ସହାୟତା ସମିତି ବିପନ୍ନ ମାନଙ୍କ ପାଖ ରେ ପହଞ୍ଚି ବିପନ୍ନ ମାନଙ୍କୁ ସ୍ବତନ୍ତ୍ର ରିଲିଫ ପ୍ରଦାନ କରିଛନ୍ତି।