
ବାସ୍ତବବ୍ୟୁରୋ:(କଳାହାଣ୍ଡି )ପ୍ରତିଦିନ କାହିଁ ନା କାହିଁ ବଣ୍ୟ ଜନ୍ତୁ ଶିକାର ବା ଅକାଳରେ ମୃତ୍ୟୁର ଖବର ନିଶ୍ଚୟ ଦେଖିବାକୁ ମିଳୁଛି | କେଉଁଠି ହରିଣ ବାର୍ହା ତ ପୁଣି ବାଘ ବା ହାତୀ| ଏହି କିଛିଦିନ ହେବ ରାଜ୍ୟରେ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି lଏହି ପରିପେକ୍ଷୀରେ କଳାହାଣ୍ଡିଓ ରାୟଗଡା ଜିଲ୍ଲା ଅଧିକ ହାତୀ ମୃତ୍ୟୁର ଖବର ଆସୁଛି l

କଳାହାଣ୍ଡି-ଥୁଆମୁଳ ରାମପୁର ରେଞ ରାଣୀବାହାଲି ସଂରକ୍ଷିତ ଜଙ୍ଗଲ ରୁ ମାଈ ହାତୀ ର ମୃତ ଦେହ ଉଦ୍ଧାର। ଗତ ୧୨ ତାରିଖ ହାତୀ ମୃତ ଦେହ ସୁଚନା ମିଳିଥିଲା। ଶବ ବ୍ୟବଚ୍ଛେଦ ବେଳେ ମାଈ ହାତୀର ଦାନ୍ତ କାଟି ନେଇ ଥିବା ଜଣାପଡିଛି। ମୃତକ ହାତୀ ର ବୟସ ୩୦ ରୁ ୩୫ ଓ ହାତୀ ର ଦାନ୍ତ କଟା ଯାଇଛି। ଏ ନେଇ ରାୟଗଡ଼ା ଓ କଳାହାଣ୍ଡି ବନବିଭାଗ ର ମିଳିତ ଚଢ଼ାଉ ରେ ସୁରୁମୁଣ୍ଡି ଗାଁ ର ଦାନ ମାଝୀ ଙ୍କ ଘରୁ ହାତୀଦାନ୍ତ ଜବତ କରାଯାଇଛି।



