ପଟ୍ଟଚିତ୍ରର ଗାଁ ବିଶ୍ୱ ପ୍ରସିଦ୍ଧ ରଘୁରାଜପୁର, କୋଭିଡ ଲୁଟିଛି ଜୀବିକା ହେଲେ ରଙ୍ଗ ତୁଳୀକୁ କେମିତି ଭୁଲିବ ଶିଳ୍ପୀ…

Photo Bastab media

ବାସ୍ତବବ୍ୟୁରୋ:(ସତ୍ୟବାଦୀ)ସରକାର ଙ୍କ ପକ୍ଷରୁ ୨୦୦୦ ମସିହାରେ ଶିଳ୍ପୀଗ୍ରାମର ମାନ୍ୟତା ପାଇଥିବା ରଘୁରାଜପୁରୁ, ନିଜର ଐତିହ୍ୟ କଳା ସଂସୃତି ପଟଚିତ୍ର ପାଇଁ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିଛି। ଅନ୍ୟପଟେ ଏହି ଗ୍ରାମ ଗୋଟି ପୁଅ ନାଚ ପାଇଁ ମଧ୍ୟ ପ୍ରସିଦ୍ଧ । ଦାଣ୍ଡସାହିର ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ରଘୁରାଜପୁର ପ୍ରସିଦ୍ଧ । ଯାହାକି କାଲିର ପୂରାତନ ଗ୍ରାମଟିଏ ଥିଲା ତାହା ଆଜି ଆଦର୍ଶ ଗ୍ରାମ ରୂପେ ଖ୍ୟାତ ।

ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଯେପରି ପଟ୍ଟଚିତ୍ର, କାଠକଣ୍ଢେଇ, ଗଈ କଣ୍ଢେଇ ଇତ୍ୟାଦି କାର୍ଯ୍ୟ କରୁଛନ୍ତି ଏହି ଗ୍ରାମର କଳାକାର ମନେ । କଳା ଉପରେ ନିର୍ଭର କରୁଥିବା ଏହି ଗ୍ରାମର କଳାକାର ଙ୍କ ପରିବାର ଉପରେ ଦାଉ ସାଜିଛି କରୋନା ମହାମାରି। ନାହାଁନ୍ତି ଗ୍ରାହକ ନା ରହିଛି ଅର୍ଡର, ଭୁଶୁଡେଇ ଦେଇଛି ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସହିତ ସେମାନଙ୍କ ମନର ଭାବନା ଚେତନା ସବୁକିଛି ।

ଏହାକୁ ପୁନଃ ଜୀବିତ କରିବା ପାଇଁ ଓଡିଶା ଲଳିତ କଳା ଏକାଡେ଼ମୀ ପକ୍ଷରୁ ଚଳିତ ମାସ ୦୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ କରାଯାଇଛି ପାରମ୍ପରିକ ଭିତ୍ତିକ ଚିତ୍ର ଶିବିର ।ଏହି କଳା କୁ ଲୋକଙ୍କ ମନରେ ପୁନଃ ଉଜୀବିତ କରିବା ପାଇଁ ନିଜ ଦୁଆରେ ତୁଳି ମୁନରେ ଆଙ୍କୁଛନ୍ତି ଭଳିକି ଭଳି ରଙ୍ଗରେ ସୁନ୍ଦର ସୁନ୍ଦର ମନୋରମ ଚିତ୍ର।ଏଥିରେ ଭାଗନେଇଥିବା ୧୫୦ କଳାକାର ପରିବାରକୁ ମିଳିବ ୧୦୦୦୦ ଟଙ୍କା ଲେଖାଏ ।ସେଥିପାଇଁ ଗାଁ ର ଦୁଆରେ ଦୁଆରେ ଉଭୟ ପୁରୁଷ ଓ ମହିଳା ମାନେ, ନିକ ନିଜ ଘର ସମ୍ମୁଖରେ ଆଙ୍କୁଛନ୍ତି ଯେଉଁ ଚିତ୍ର ଦେଖିଲେ ଲାଗୁଛି ଏହା କଥା କହୁଛି।

ଯୁଗେ ଯୁଗେ କଳାକାର ଅବହେଳିତ, ସ୍ୱାଭିମାନୀ କଲା ଶିଳ୍ପୀ ପାଣି ପି ଶୋଇ ପାରେ ହାତ ପାତି ପାରେନା । ଅଭିମାନ କରିପାରେ ବିଦ୍ରୋହ କରି ପାରେନା,ଲୁହ ପି ବଂଚିବା ଶିଖିଚି କଳାକାର ହେଲେ ଲୁହ ଦେଇ ଶିଖିନି ।୨୦୦ /୫୦୦ ଭତ୍ତା ତାର ଜୀବିକା ଓ ଜୀବନ ପାଇଁ କଣ ସବୁକିଛି । ସରକାର ଏହି କାଳର ପୂଜାରୀ ମାନଙ୍କ ପାଇଁ ସ୍ଥାୟୀ ସମାଧାନର ସୂତ୍ର ଖୋଜିବା ନିହାତି ଜରୁରୀ ।ନତୁବା ଆଗାମୀ କଳାକାରର ପିଢ଼ି ସମାଜ ପାଇଁ ଶୁଭଙ୍କର ହେବନି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର...

Mon Jun 14 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୯୨୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୯୬୭୯୯ ଜଣ ସୁସ୍ଥ […]

You May Like

Pin It on Pinterest