ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୯୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୯୬୭୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ପହିଲି ରଜ । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । କରୋନା ପାଇଁ ଲକଡାଉନ ଥିବାରୁ ରଜ ଉତ୍ସବରେ ଫିକା ପଡିଛି । ତଥାପି ଓଡିଆ ପରମ୍ପରାକୁ ବଜାୟ ରଖିବାକୁ ଘରେ ଘରେ ଲାଗିଛି ଉତ୍ସବ ।
ରଜ ଉତ୍ସବ ପାଇଁ ଓଟିଡିସି ତରଫରୁ ଆରମ୍ଭ ହୋଇଛି ‘ପିଠା ଅନ୍ ହ୍ୱିଲ’ କାର୍ଯ୍ୟକ୍ରମ । ପାଖାପାଖି ୭ଟି ଗାଡି ଟି ଯାନ ଭୁବନେଶ୍ୱରରେ ବୁଲିବ । ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି), ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର କହିଛନ୍ତି, ଲୋକଙ୍କ ହାତ ପାହାନ୍ତରେ ପିଠା ମିଳିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ।
ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ରାଜ୍ୟକୁ ଛୁଇଁଛି । ଆକଳନ କରାଯାଉଛି ଯେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ। ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହେବ : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦେଶରେ କରୋନା ସଂକ୍ରମଣ ଗତ ୨୪ ଘଣ୍ଟା ୭୦୪୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୨୧ଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୫ଲକ୍ଷ ୧୦ ହଜାର ୪୧୦ରେ ପହଞ୍ଚିଛି ।
ଦିଲ୍ଲୀରେ ଅନଲକ୍-୩ । ଯାହା ଅଧୀନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମାର୍କେଟ ମଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେଉଁଥିରେ ଅନେକ ଜିନିଷ ସଂପୂର୍ଣ୍ଣ ଭାବେ ଖୋଲାଯିବ, କିଛି ଜିନିଷ ସଂପୂର୍ଣ୍ଣ ବନ୍ଦ ରହିବ ।
ବିହାରରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହେତୁ ୭୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ରୋଗରେ ପୀଡିତ ୩୩୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ, ବିହାରରେ ଏପର୍ଯ୍ୟନ୍ତ ୫୬୨ଟି ବ୍ଲାକ୍ ଫଙ୍ଗସ୍ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଠଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପୀଡିତ ୧୫୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସେମାନଙ୍କ ମଧ୍ୟରେ ଗତ କିଛି ରୋଗୀ ସୁସ୍ଥ ଅଛନ୍ତି ।
ଆଜି ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ସାଙ୍ଗମାନେ ତାଙ୍କୁ ମନେ ପକାଇଛନ୍ତି।
ସଂସଦର ମୌସୁମୀ ଅଧିବେଶନ ଜୁଲାଇରୁ ଆରମ୍ଭ ହେବ । ଏଥି ସହିତ ସଂସଦୀୟ କମିଟିର କାର୍ଯ୍ୟ ଜୁନ୍ ୧୬ ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ସଂସଦରେ ୪୦ରୁ ଅଧିକ ବିଲ୍ ଏବଂ ପାଞ୍ଚଟି ଅଧ୍ୟାଦେଶ ଉପରେ ଆଲୋଚନା ହୋଇପାରେ ।
ଇସ୍ରାଏଲ୍ରେ ନେତ୍ନ୍ୟାହୁଙ୍କ ୧୨ବର୍ଷର ପ୍ରଧାନମନ୍ତ୍ରୀ ଶାସନ କାର୍ଯ୍ୟକାଳରେ ଅନ୍ତ ଘଟିଛି । ନଫତାଲୀ ବେନେଟ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ରବିବାର ଦିନ ନଫତାଲୀ ବେନେଟ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।