ବାସ୍ତବବ୍ୟୁରୋ:(ପୋଲସରା) ରାଜେନ୍ଦ୍ର କୁମାର ପାଢୀ(ମୁନା), ବୁଗୁଡା ନଗର ବିଜେଡିର ସଭାପତି ଙ୍କ ଜୁନ ୧୦ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ଅପରାହ୍ନ ଗୋଟାଏ ବେଳେ ଦେହାନ୍ତ ହୋଇଯାଇଛି। ମୁନାଭାଇ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ଅଞ୍ଚଳରେ ଏକ ଅତି ଜଣାଶୁଣା ନାମ। ଜଣେ ସୁସଂଗଠକ, ଜଣେ ପରୋପକାରୀ, ଅସାହାୟର ବନ୍ଧୁ, ସମସ୍ତଙ୍କ ଆଦରର ମୁନାଭାଇ ଜୁନ ୧୦ ତାରିଖ ଦିନ ନିଜର ଜନ୍ମଦିନରେ ସମସ୍ତଙ୍କୁ ଛାଡି ୪୩ ବର୍ଷ ବୟସରେ ଆରପାରିକୁ ଚାଲିଯିବାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।
୧୦ ଜୁନ ୧୯୭୮ ରେ ଜନ୍ମ ଗ୍ରହଣ କରିଥିବା ମୁନା ୪୩ ବର୍ଷ ବୟସରେ ଏତେ ଜନପ୍ରିୟ ହୋଇ ପାରିଥିଲେ ଯେ ତାଙ୍କର ପରଲୋକ ଗମନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସେ ଥିଲେ ଅତ୍ୟନ୍ତ ଘନିଷ୍ଠ। ମିଷ୍ଟଭାଷୀ ମୁନା କରୋନା ପଜିଟିଭ ଚିହ୍ନଟ ପରେ ନିଜ ଘରେ ଏକାକୀ ବାସରେ ରହି ଚିକିତ୍ସିତ ହେଉଥିଲେ। ମଇ ୧୪ ତାରିଖ ଦିନ ଶ୍ଵାସ କ୍ରିୟାରେ କଷ୍ଟ ଅନୁଭବ କରିବାରୁ ବ୍ରହ୍ମପୁର କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ବିଧାୟକ, ଜିଲ୍ଲାପାଳ, ସମସ୍ତ ଡାକ୍ତର ମୁନାଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିଥିବା ବେଳେ ଶେଷ ଚେଷ୍ଟାରେ ବିଦେଶରୁ ଟୀକା ଆଣି ଦିଆଯାଇଥିଲେ ମଧ୍ୟ ୨୮ ଦିନର ଜୀବନ ସଂଗ୍ରାମ ପରେ ମଧ୍ୟ ଜୀବନ ରକ୍ଷା ହୋଇ ପାରିଲା ନାହିଁ।
ବ୍ରହ୍ମପୁର ମେଡିକାଲକୁ ମୁନାଙ୍କ ଶେଷ ଦର୍ଶନ ପାଇଁ ବିଧାୟକ ଶ୍ରୀ ସାହୁଙ୍କ ସମେତ ପରିବାର ବର୍ଗ ଓ ସହଯୋଗୀ ମାନେ ଯାଇଥିବା ବେଳେ ବୁଗୁଡା ଅଞ୍ଚଳ ଜଣେ ଯୁବ ପ୍ରତିଭାକୁ ହରାଇଲା ଏଥିରେ ଦ୍ବିମତ ନାହିଁ। ଏଣୁ ଆଜି ଏହି ଶୋକସଭା ପୋଲଶରା ନିର୍ବାଚନମଣ୍ତଳିର ବିଧାୟକ ଶ୍ରୀକାନ୍ତ ଶାହୁ ଓ ଟୁକୁନା ସ୍ୱାଈଁ ଭାଈସ୍ ଚେୟାରମ୍ଯାନ ଙ୍କ ସହ ,ବ୍ଳକପ୍ରେସିଡେଣ୍ଟ , ଜିଲ୍ଲାପରିଷଦ , ଶରପଞ୍ଚ , ସମିତିସଭ୍ୟ , ଓ ବିଜୁଜନତାଦଳର ସମସ୍ତ କର୍ମି ଙ୍କ ଉପସ୍ଥିତ ରହି ସ୍ବର୍ଗତ ମୁନାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।