
ବାସ୍ତବବ୍ୟୁରୋ:(ପୋଲସରା)ସାରା ବିଶ୍ୱରେ କରୋନା ମହାମାରି ର ଆତଙ୍କ ଲାଗି ରହିଥିବା ବେଳେ ସେଥିରୁ ଓଡିଶା ମଧ୍ୟ୍ ବାଦ୍ ପଡିନାହିଁ ା ଓଡ଼ିଶାରେ କାରୋବା ପ୍ରଥମ ଲହାରରେ ସବୁଠାରୁ ଅଧିକ ହଇଚଇ ସୃଷ୍ଟି କରିଥିଲା ଗଞ୍ଜାମଜିଲ୍ଲା |ଦ୍ୱିତୀୟ ଲହାରରେ ମଧ୍ୟ ଗଂଜାମ ବାଦ ଯାଇନି | ଲୋକସମ୍ପର୍କ ବିଭାଗ ରିପୋର୍ଟ ଅନୁଯାଇ ଆଜି ଗଂଜାମ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା

ଏମିତିକି ଲୋକଙ୍କ ଜୀବିକା ନିଜର କୌଳିକ ବୂତ୍ତୀ କୁ ମଧ୍ୟ ଛଡାଇନେଈଛି କରୋନା ା ଏଭଳି ପରିସ୍ଥିତିରେ କରୋନାକୁ ହରାଇବା ପାଇଁ ସୋସିଆଲ ମିଡ଼ିଆଠୁଁ ଆରମ୍ଭ କରି ସମସ୍ତେ ଡାକ୍ତର ବନିଗଲେ |ତୁଟୁକାଠର ପୂଜା ଅର୍ଚନା ପର୍ଯ୍ୟନ୍ତ ବିଶ୍ୱାସ ଅବିସ୍ୱାଶ ରଖେଳ ଚାଲିଲା |ଏହି ପରିପେକ୍ଷୀରେ ବୁଗୁଡା ଅଞ୍ଚଳରେ ଥିବା ବୂଦ୍ଧଖୋଲ ପର୍ବତମାଳାର ଶିଖର ଦେଶରେ ବାବା ଗଙ୍ଗାଧର ସ୍ୱାମୀଙ୍କ ନିକଟରେ ସାଧୁସଂତହ ମାନେ ମେଳିହୋଇ କରୋନା ମହାମାରି କୁ ଶାନ୍ତ କରିବା ନିମନ୍ତେ ହୋମ ,ଯଜ୍ଞ ,ପାରାୟଣ ଆଦି ପୂଜାଅର୍ଚନା କରୁଛନ୍ତି ା

ଏହି କାର୍ଯ୍ୟକ୍ରମ ଆଜି ୧୪/୬/ ଠାରୁ ଆରମ୍ଭ ହୋଇ ୧୬/୬ ଗୁରୁବାର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ା କରୋନା କଟକଣା ର ନିୟକୁ ପାଳନ କରି ବିଧିବଧ ଅନୁଶାରେ କାର୍ଯ୍ୟକ୍ରମ କରାଜିବ ବୋଲି ସାଧୁସନ୍ଥ ମାନେ କହିଛନ୍ତି ା