ବାଜିବନି ବାଜା-ଫୁଟିବନି ବାଣ ଆଜି ମଙ୍ଗନ କାଲି ବାହାଘର, ଆଖଣ୍ଡଳମଣିଙ୍କ ସହ ମା’ଗୌରୀଙ୍କର ପଡିବ ହାତ ଗଣ୍ଠି…

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆସନ୍ତାକାଲି ଅର୍ଥାତ ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ଯରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ଯ ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି, ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ଯାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ ନିଜ ଘରକୁ ନେଇ ଲୋକାଚାରରେ ୭ଜଣ ମହିଳା ହଳଦୀ, ଆଦିରେ ମଙ୍ଗୁଳା କାର୍ଯ୍ଯ ସମ୍ପନ୍ନ କରିଥିଲେ।

ଏପଟେ ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ଯ୍ଯ ସେବାୟତମାନେ କରିବାର ବିଧି ରହିଛି। ବିବାହ ନିମନ୍ତେ ଲଗ୍ନଚିଟାଉ ଥାଳ ଉଠା କାଯ୍ଯ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି। ତାହାସହ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି।

ହେଲେ ମହାମାରୀ କରୋନାର ଭୟଭୟତାକୁ ନେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ବରଯାତ୍ରୀ ଓ ଖାଦ୍ଯ ଉପରେ କଟକଣା ଜାରୀ କରିଛି ଜିଲାପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ରେ ନକଲି ଔଷଧର ଖୋଲତାଡ଼ ୨ସଂସ୍ଥା ଉପରେ ଚଢ଼ାଉ...

Mon Jun 14 , 2021
ବାସ୍ତବବ୍ୟୁରୋ: (ଭବାନୀପାଟଣା)ଆଜି କଳାହାଣ୍ଡି ଜିଲ୍ଲା ରେ ନକଲି ଔଷଧ ର ଖୋଲ ତାଡ଼ ହେବା ସହ ଦୁଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି।ହିମାଚଳ ପ୍ରଦେଶ ରୁ ନକଲି ଔଷଧ ଆଣି ବିକ୍ରି କରୁଥିବା ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଷ୍ଟ ଓ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟେଡର୍ସ ଉପରେ ଚଢ଼ାଉ ହୋଇଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା।ତେବେ ଚଢ଼ାଉ ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜ […]

You May Like

Pin It on Pinterest