ଭୁବନେଶ୍ୱର ଠାରେ ଆନ୍ତଃ ରେଳ,ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ ମାର୍ଚ୍ଚଫାଷ୍ଟରେ ଅଭିବାଦନ ଗ୍ରହଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ I

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପାଠ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର) ଏବଂ କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଭାଗ ନେଇଛନ୍ତି I

୧୬ତମ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଏବଂ ଉଦଯାପନୀ ଉତ୍ସବ ଆସନ୍ତା ୧୩ ତାରିଖ ଦିନ ଅନୁଷ୍ଠିତ ହେବ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Oct 11 , 2019
୧-ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ସେଣ୍ଟ୍ରାଲ ଏକ୍ସାଇଜ୍‌, କଷ୍ଟମ ବିଭାଗ ଓ RPFର ଚଢ଼ାଉ, ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧ କେଜି ସୁନା ବିସ୍କୁଟ ଜବତ। ୨-ପୁରୀ: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ଆଜି ପଞ୍ଜୀକରଣର ଶେଷ ଦିନ। ୩-ଦୁର୍ନୀତି ଖୋର ଅଫିସରଙ୍କୁ ସରକାରୀ ଛାଟ, ଜଣେ ଡିଏଫଓ ଓ ୨ ନିର୍ବାହୀ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର। ୪-କେନ୍ଦ୍ରାପଡ଼ାରେ ଅପରାଧୀଙ୍କୁ ଜଗିବ ସିସିଟିଭି କ୍ୟାମେରା।ସହରର ୧୨ ଟି […]

You May Like

Pin It on Pinterest