ବେଆଇନ ମୋରମ୍ ଚାଲାଣ କୁ ନେ଼ଇ ଜଳେଶ୍ଵର ବିଜେପି ତରଫରୁ ସାମ୍ୱାଦିକ ସମ୍ମିଳନୀ

ବାସ୍ତବବ୍ୟୁରୋ:(ଜଳେଶ୍ୱର)ବେଆଇନ ମୋରମ୍ ଚାଲାଣ କୁ ନେଇ ଜଳେଶ୍ଵର ବିଜେପି ତରଫରୁ ସାମ୍ୱାଦିକ ସମ୍ମିଳନୀ। ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ବରଡିହା ପଂଚାୟତ ର ରାଇସୋଲ ଗ୍ରାମ ନିକଟରେ ଏକ ଟ୍ରକ (ମୂରୁମ ନେଉ ଥିବା ସମୟରେ ରାସ୍ତା ଦବି ଯିବାରୁ ଟ୍ରକ ଟି ଓଲୋଟି ପଡ଼ିଥିଲା । ଟ୍ରକ ନମ୍ବର- OD-01-AH-2666 ଘଟଣା ସ୍ଥଳ ରୁ ଡ଼୍ରାଇଭର ,ହେଲ୍ପର ଫେରାର ଥିଲେ ।ଖବର ପାଇ ରାଇବଣିଆ ପୋଲିସ ଆସି ଟ୍ରକ କୁ ଜବତ କରିଥିଲେ।

କିନ୍ତୁ କୌଣସି ଫାଇନ କିମ୍ବା କେସ ରୁଝୁ ନହୋଇ କିପରି ଟ୍ରକ ରିଲିଜ୍ ହେଲା ବିଜେପି ତରଫରୁ ଥାନା ଓଆଇସି ଙ୍କୁ ପଚାରିବାରୁ ସେ କହିଥିଲେ କି ଆଡ଼ିସନଲ ତହସିଲଦାର ଙ୍କ ଗାଡ଼ି ସେ ତହସିଲଦାର ଙ୍କ କହିବା ଅନୁଯାୟୀ ଫାଇନ ଦେଲା ପରେ ଗାଡ଼ି ରିଲିଜ୍ ହେଲା । କିନ୍ତୁ ତହସିଲଦାର ଙ୍କୁ ପଚାରିବାରୁ ସେ କହିଥିଲେ ସେ କୌଣସି ଫାଇନ ଦେଇନାହାନ୍ତି ଏବଂ କହିଛନ୍ତି ସେ ଟ୍ରକ ପାଖରେ ପହଞ୍ଚିବ ପୂର୍ବରୁ କୌଣସି କେସ ରୁଜୁ ନକରି ଟ୍ରକ ଟିକୁ ରାତା ରାତି ରାଇବଣିଆ ଓଆଇସି ସିଂ ବାବୁଛାଡ଼ି ଦେଇଥିଲେ।

ସତରେ ବାଡ଼ ଯଦି ଫସଲ ଖାଏ କହିବା କାହାକୁ ଶୁଣିବ କିଏ ଆଡ଼ିଶୋନାଲ ତହସିଲଦାର୍ ଙ୍କ ଗାଡ଼ି ହେଇଥିବାରୁ କୌଣସି ଫାଇନ କିମ୍ବା କେସ ରୁଜ୍ଜୁ ହୋଇନାହିଁ। ତେଣୁ ଜଳେଶ୍ଵର ବିଜେପି ତରଫରୁ ଦାବି ରହିଛି ବାଲେଶ୍ବର ଜିଲ୍ଲାପାଳ ଏବଂ ଓଡିଶା ର ଖଣିମନ୍ତ୍ରୀ ଙ୍କୁ ଏହାର ସଠିକ୍ ତଦନ୍ତ କରି ତିନି ପ୍ରଶାସନିକ ଅଧିକାରୀ ଙ୍କ ପ୍ରତି, କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ। ଉକ୍ତ ସାମ୍ୱାଦିକ ସମ୍ମିଳନୀର ଜଳେଶ୍ଵର ବିଜେପି ତରଫରୁ ଜଳେଶ୍ଵର ଟାଉନ ସୋଭାପତି ଫାଲଗୁନୀ ପାଣିଗ୍ରାହି, ବାଲେଶ୍ବର ସାଂସଦ ଙ୍କ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ରାଇବଣିଆ ମଣ୍ଡଳ ଶୋଭାପତି ମନୋଜ ସାସମଲ୍, ମିଡିଆ ସଂଯାଯୋକ ସୁବ୍ରତ କୁମାର ଘୋଷ, ଟାଉନ ଯୁବ ମୋର୍ଚ୍ଚା ଶଭାପତି ରବୀନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜେନ୍ଦ୍ର କୁମାର ପାଢୀ(ମୁନା) ଙ୍କ ଦେହାନ୍ତାରେ ବୁଗୁଡା ଠାରେ ଶୋକସଭା...

Mon Jun 14 , 2021
ବାସ୍ତବବ୍ୟୁରୋ:(ପୋଲସରା) ରାଜେନ୍ଦ୍ର କୁମାର ପାଢୀ(ମୁନା), ବୁଗୁଡା ନଗର ବିଜେଡିର ସଭାପତି ଙ୍କ ଜୁନ ୧୦ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ଅପରାହ୍ନ ଗୋଟାଏ ବେଳେ ଦେହାନ୍ତ ହୋଇଯାଇଛି। ମୁନାଭାଇ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ଅଞ୍ଚଳରେ ଏକ ଅତି ଜଣାଶୁଣା ନାମ। ଜଣେ ସୁସଂଗଠକ, ଜଣେ ପରୋପକାରୀ, ଅସାହାୟର ବନ୍ଧୁ, ସମସ୍ତଙ୍କ ଆଦରର ମୁନାଭାଇ ଜୁନ ୧୦ ତାରିଖ ଦିନ ନିଜର ଜନ୍ମଦିନରେ ସମସ୍ତଙ୍କୁ ଛାଡି […]

You May Like

Pin It on Pinterest