
ବାସ୍ତବବ୍ୟୁରୋ:(ଗଂଜାମ) ଗଞ୍ଜାମଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଘର ଭିତରେ ଚାଲି ଥିଲା ଏହି ଫାକ୍ଟ୍ରି।ଏଠାରେ ରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ନକଲି ବ୍ରାଣ୍ଡର ପାଣି ା ପାଟପୁର ଥାନା ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ କେମିକାଲ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଶହ ଜବତ କରିଥିବା ସୂଚନା ଦେଈଛନ୍ତୀ ।
ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଘଟଣା ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳ କୁ ପୋଲିସ ଗିରଫ କରି ଥାନା କେଶ ନ 190/21 ପ୍ରକାରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ କରାଯାଈଥିବା ମୃଦୁ ପାନୀୟ କୁ ଫୁଡ଼ ସେଫଟି ବିଭାଗ କୁ ପଠାଯାଇଛି ।
ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ସକାଶେ ବିଭିନ୍ନ ନାମିଦାମୀ ଲେବେଲ ବ୍ରହ୍ମପୁର ସହରରୁ ଆଣୁଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛି ।



