କିଡନୀ ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତୁନ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ…

ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଅଛନ୍ତି।ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି।ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି।କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ।ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ।ତାଙ୍କ ବାପା ଏବେ ବୟଷ ର ଅପରାହ୍ନରେ ଉପନୀତ।ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନକରି ପରିବାର ପ୍ରତିପୋଷଣ କରନ୍ତି।

ଜିତୁନ ଙ୍କ ଦେହଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ।ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା, ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନ ଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି।ଜିତୁନ ଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ପ୍ରକାଶ କରିଛନ୍ତି।ଯଦି ସରକାର,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନ ଙ୍କ ଚିକିତ୍ସା ପାଇଁ ସହଯୋଗ ର ହାତବଢାନ୍ତି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରିବ। ଜିତୁଙ୍କ ଛୋଟ ପୁଅ କ୍ୟାମେରା ଆଗରେ ହାତ ଯୋଡ଼ି ନେହୁରା ହେଉଛି,ମୋ ବାପାଙ୍କୁ ସାହାଯ୍ୟ କରନ୍ତୁ। ଆପଣଙ୍କ ସାହାଯ୍ୟରେ ମୋ ବାପା ନିଶ୍ଚୟ ଭଲ ହୋଇଯିବେ ।
ଜିତୁନକୁ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ, ସହଯୋଗ କରିବାକୁ ଚାହୁଁଥିଲେ ଆକାଉଣ୍ଟ ନମ୍ବର 34227321708 ifsc:SBINOO 17199 ଗୁଗୁଲପେ ଫୋନପେ 9399811651ବିଭୁତି ଭୂଷଣ ଦାସ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଳଦେବଜୀଉଙ୍କ ରଥଯାତ୍ରା କୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ, ଜିଲ୍ଲାପାଳଙ୍କ ମାଧ୍ୟମରେ ବିଧାନସଭା ଯୁବକଂଗ୍ରେସ କେନ୍ଦ୍ରାପଡା଼ ତରଫରୁ ଦାବିପତ୍ର...

Tue Jun 15 , 2021
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)୪୦୦ ବର୍ଷର ଧାର୍ମିକ ପରମ୍ପରାକୁ କ୍ଷୁର୍ଣ୍ଣ କରାନଯାଇ,ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା କୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଜିଲ୍ଲାପାଳ କେନ୍ଦ୍ରାପଡା଼ଙ୍କୁ ବିଧାନସଭା ଯୁବ କଂଗ୍ରେସ କେନ୍ଦ୍ରାପଡା଼ ତରଫରୁ ଦାବିପତ୍ର ପ୍ରଦାନ I ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟାସରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ […]

You May Like

Pin It on Pinterest