
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)୪୦୦ ବର୍ଷର ଧାର୍ମିକ ପରମ୍ପରାକୁ କ୍ଷୁର୍ଣ୍ଣ କରାନଯାଇ,ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା କୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଜିଲ୍ଲାପାଳ କେନ୍ଦ୍ରାପଡା଼ଙ୍କୁ ବିଧାନସଭା ଯୁବ କଂଗ୍ରେସ କେନ୍ଦ୍ରାପଡା଼ ତରଫରୁ ଦାବିପତ୍ର ପ୍ରଦାନ I ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟାସରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଛନ୍ତି I
ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ ,ବ୍ଲକ ସଭାପତି ଚିତ୍ରସେନ ପରିଡା, ନଗର ସଭାପତି ରାଜେଶ ମହାନ୍ତି, ମୁକ୍ତାର ଖାନ, ଆକବର ଅଲ୍ଲୀ, ଛାତ୍ର କଂଗ୍ରେସ ସଭାପତି ପରବେଜ ଅକ୍ଷତର,ପ୍ରଭାତଉଡାଣ ସିଂ, ସନ୍ତୋଷ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ବେହୁରା, ତପନ କୁମାର ପରିଡା, ରଘୁନାଥ ସେଠି, ହିମାଂଶୁ ବେହେରା ପ୍ରମୁଖ ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ |