ଆଜିର ଖାସ୍ ଖବର

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ଆରଡି ଆଖଣ୍ଡଳମଣି ପୀଠଙ୍କ ମନ୍ଦିରରେ ଆଜି (ମଙ୍ଗଳବାର) ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି । ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି ।  ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି।

ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଂଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିର୍ଦେଶରେ ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ବେଉରା ୭ ଦିନ ପାଇଁ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୯୫୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୦୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୦୪୯୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

 ରାଜ୍ୟରେ ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା କୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଜିଲ୍ଲାପାଳ କେନ୍ଦ୍ରାପଡା଼ଙ୍କୁ ବିଧାନସଭା ଯୁବ କଂଗ୍ରେସ କେନ୍ଦ୍ରାପଡା଼ ତରଫରୁ ଦାବିପତ୍ର ପ୍ରଦାନ I ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟାସରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଛନ୍ତି I

 ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ସଞ୍ଜୟ ମାଞ୍ଜରେକର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ନିଜ ଟିମ୍‌ରେ ୩ ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କୁ ସାମିଲ କରିଛନ୍ତି । କିନ୍ତୁ ସଞ୍ଜୟଙ୍କ ଟିମ୍‌ରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ । ମାଞ୍ଜରେକରଙ୍କ ଏକାଦଶରେ ଜସପ୍ରିତ ବୁମରାହ, ମହମ୍ମଦ ସାମିଙ୍କ ପରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି ।

 ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଦୂରତା କମିବ। ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ପ୍ରାୟ ୧୬ ଘଣ୍ଟାର ଯାତ୍ରା ଏବେ ୧୨ ଘଣ୍ଟାରେ ଶେଷ ହେବ । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଟ୍ରେନର ଗତି ବଢାଇବାକୁ ପଶ୍ଚିମ ରେଳପଥ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ।

କୋରାନର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବିଶେଷଜ୍ଞ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ପରାମର୍ଶ ଦେଇଛନ୍ତି । ଯଦି ଶିଶୁ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ତେବେ ସେମାନଙ୍କ ଅଭିଭାବକଙ୍କୁ କୋଭିଡ୍ ଓ୍ବାର୍ଡରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ । ସେମାନଙ୍କୁ ପିପିଇ କିଟ୍ ପିନ୍ଧି ସେଠାରେ ରହିବାକୁ ଅନୁମତି ଦେଇପାରିବେ ହସ୍ପିଟାଲ କର୍ତ୍ତୃପକ୍ଷ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ ।

ଆଜିଠୁ AIIMSରେ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷଣ କରାଯିବ । ପ୍ରଥମ ଦିନରେ ପ୍ରାୟ ୫ ରୁ ୧୦ ପିଲାଙ୍କ ଉପରେ ଏହି ପରୀକ୍ଷା କରାଯିବ । ଏହାପୂର୍ବରୁ, ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ଟିକାର ପରୀକ୍ଷଣ କରାଯାଇଛି ।

ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ କାରଣରୁ ବିଶ୍ୱର ଅନେକ ଦେଶରେ ଏବେ ଲକଡାଉନ କଟକଣା ଫେରିଛି । ବ୍ରିଟେନ ସମେତ ଅନେକ ୟୁରୋପୀୟ ଦେଶରେ ପ୍ରତିବନ୍ଧକରୁ ମୁକ୍ତ ହେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ସମୟରେ କିନ୍ତୁ ବିଶେଷଜ୍ଞଙ୍କ ଆଲର୍ଟ ରହିବାକୁ ଚେତାବନୀ ଦେବା ପରେ ଏହାକୁ ସ୍ଥଗିତ ରଖିବାକୁ ଯୋଜନା ପ୍ରସ୍ତୁତ ହେଲାଣି ।

ଫାଇଜର ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା ଡେଲଟା ଭାରିଏଣ୍ଟ ବିରୋଧରେ ସୁରକ୍ଷା ଦେବାକୁ ସକ୍ଷମ ବୋଲି ଗବେଷକମାନେ କହିଛନ୍ତି। ବିଶେଷ କରି ଫାଇଜର ଓ ସହଯୋଗୀ ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ଏହି ଭାରିଏଣ୍ଟ ବିରୋଧରେ ଅଧିକ ଫଳପ୍ରଦ ବୋଲି ବିସ୍ତୃତ ଗବେଷଣାରୁ ଜଣାପଡ଼ିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଚାନ୍ଦବାଲି ନଗର ମତୋ ସାଖା ତରଫରୁ ବାତ୍ୟା ୟାସ ବିପନ୍ନ ଙ୍କୁ ୨୫ ତାରିଖ ରୁ ଆଜି ପର୍ଯ୍ୟନ୍ତ ଲୋକ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି...

Tue Jun 15 , 2021
ବାସ୍ତବବ୍ୟୁରୋ :(ଚାନ୍ଦବାଲି )୧୫//୦୬//୨୦୨୧ -ଲୋକ ମାନଙ୍କୁ ବିସ୍ତାର କରିବା ଓ ପୂର୍ଣ୍ଣହ ଘରକୁ ଫେରିବା ଠୁ ଆରମ୍ଭ କରି ରିଲିଫ୍ ମଧ୍ୟ ଦିଆଯାଉଥିଲା। ଆଜିକୁ ଦିର୍ଘ ୧୮ ଦିନ ହେବ ସେବା କାର୍ଯ୍ୟ ପରେ ଆଜି ତାହାର ଅନ୍ତ ଘଟିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଚାନ୍ଦବାଲି ନଗର ତରଫରୁ ବାତ୍ୟା ୟସ ସମୟରେ ଜରୁରୀ କାଳୀନ ହେଲ୍ପ ଲାଇନ ନମ୍ବର ଯୋଗେ ବିଭିନ୍ନ ଅଞ୍ଚଳରେ ଲୋକ ମାନଙ୍କୁ […]

You May Like

Pin It on Pinterest