ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଚାନ୍ଦବାଲି ନଗର ମତୋ ସାଖା ତରଫରୁ ବାତ୍ୟା ୟାସ ବିପନ୍ନ ଙ୍କୁ ୨୫ ତାରିଖ ରୁ ଆଜି ପର୍ଯ୍ୟନ୍ତ ଲୋକ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି…

ବାସ୍ତବବ୍ୟୁରୋ :(ଚାନ୍ଦବାଲି )୧୫//୦୬//୨୦୨୧ -ଲୋକ ମାନଙ୍କୁ ବିସ୍ତାର କରିବା ଓ ପୂର୍ଣ୍ଣହ ଘରକୁ ଫେରିବା ଠୁ ଆରମ୍ଭ କରି ରିଲିଫ୍ ମଧ୍ୟ ଦିଆଯାଉଥିଲା। ଆଜିକୁ ଦିର୍ଘ ୧୮ ଦିନ ହେବ ସେବା କାର୍ଯ୍ୟ ପରେ ଆଜି ତାହାର ଅନ୍ତ ଘଟିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଚାନ୍ଦବାଲି ନଗର ତରଫରୁ ବାତ୍ୟା ୟସ ସମୟରେ ଜରୁରୀ କାଳୀନ ହେଲ୍ପ ଲାଇନ ନମ୍ବର ଯୋଗେ ବିଭିନ୍ନ ଅଞ୍ଚଳରେ ଲୋକ ମାନଙ୍କୁ ସାହାଯ୍ୟ କରାଯାଇଥିଲା ।

ଏବଂ ବାତ୍ୟା ପରେ ବାତ୍ୟା କ୍ଷତିଗ୍ରସ୍ତ ଲୋକ ମାନଙ୍କ ପାଖରେ ପହଞ୍ଚି ଲୋକ ମାନଙ୍କ ଅସୁବିଧା ବିଷୟରେ ଆଲୋଚନା କରିବା ସହ ପ୍ରାୟ ୧୦୦୦ ପ୍ୟାକେଟ ରୁ ଅଧିକ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ଯ କ୍ରମରେ ନଗର ଉପ ସଭାପତି ତପନ ସାହୁ , ଚିନ୍ମୟ ସାହୁ, ଜିଲ୍ଲା ସହ ସଂଯୋଜକ ବଦ୍ରୀ ମୋହନ ରାଉତ, ନଗର ସମ୍ପାଦକ ଆଲୋକ ନାୟକ, ବ୍ଲକ ସଂଯୋଜକ ସତ୍ୟ ଭାଈ, ହରିଶ୍ଚନ୍ଦ୍ର ମହାଳିକ, ଶରତ ସେନାପତି, ନଗର ସହ ସଂପାଦକ ଚନ୍ଦ୍ରକାନ୍ତ ରାଉତ, ପ୍ରଭାତି ଅପା, ଶ୍ବେତ ପଦ୍ମା ବେହେରା, ଝୁନା ରାଣୀ ସାମଲ, ସ୍ୱୟଂ ପ୍ରଜ୍ଞା ରଥ ଆଦି ଯୋଗ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଶା ସାଥୀଙ୍କ ନେତୃତ୍ୱରେ କରୋନା ସଚେତନତା କାର୍ଯ୍ୟକ୍ରମ...

Tue Jun 15 , 2021
ବାସ୍ତବବ୍ୟୁରୋ :(ଗଂଜାମ) ତ୍ରୟ ମାସିକ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଆଶା ସାଥି ଗୀତାରାଣୀ ପଲେଇ ଙ୍କ ନେତୃତ୍ୱରେ ଆଜି ବୁଢା଼ମ୍ବ ଗ୍ରାମରେ କରୋନା ସଚେତନତା ରାଲି, ସଭା ଓ ଟୀକାକାରଣ ସମ୍ପର୍କ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କରୋନା ମହାମାରୀ ରୁ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ସଚେତନ କରାଇବା ସହ ଟୀକା କରଣ ବୃଦ୍ଧି ପାଇଁ ଟୀକା ନେବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନତା […]

You May Like

Pin It on Pinterest