
ବାସ୍ତବ ବ୍ୟୁରୋ:(ଚାନ୍ଦବାଲି)କରୋନାର ୨ୟ ଲହର ଭୟାଭୟତାକୁ ନଜରରେ ରଖି ମୈଉସୁଧା ପଞ୍ଚାୟତ ର ଛାତ୍ର ରାକେଶ ରାଉଳ ତାଙ୍କର ସାଥୀ ମାନଙ୍କୁ ନେଇ କରୋନା ମହାମାରୀ ଉପରେ ସଚେତନତା କରିବା ସହ ଜୁରୁନ୍ଦା ସାନିଟାଇଜ କରି ଗାଁ ଗାଁ ବୁଲି ମାସ୍କ, ବିସ୍କୁଟ ଓ ସାନିଟାଇଜର ବଣ୍ଟନ କରିଛନ୍ତି।

ଗ୍ରାମା ଅଞ୍ଚଳ ରେ କିଛି ଗରିବ ଲୋକ ଅଛନ୍ତି ଯାହାର ଆର୍ଥିକ ସ୍ବଛଳ ରହୁନାହିଁ ସେମାନେ ମାସ୍କ ଓ ସାନିଟାଇଜର ବ୍ଯବହାର କରିପାରୁନାହାନ୍ତି,ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଛାତ୍ର ଶ୍ରୀ ରାଉଳ ନିଜର ଜନ୍ମ ଦିନକୁ ନିଡାମ୍ବର ଭାବେ ପାଳନ କରି ସେହି ଅର୍ଥରେ ସେ ଗାଁ କୁ ସାନିଟାଇଜ କରିବାସହ ମାସ୍କ ଓ ସାନିଟାଇଜର କିଣି ଗ୍ରାମାଅଞ୍ଚଳର ଲୋକମାନଙ୍କୁ ବଣ୍ଟନ କରିବା ସହ କରୋନା ମହାମାରୀ ଉପରେ ଲୋକମାନଙ୍କୁ ସଚେତନତା କରିଛନ୍ତି। ତାଙ୍କର ଏହିସେବା ମନବୃତି ପାଇଁ ତାଙ୍କୁ ଗ୍ରାମ ବାସୀ ଧନ୍ଯବାଦ ଦେବା ସହ ତାଙ୍କର ଉତ୍ତ୍ୱରତର ଉନ୍ନତି କାମନା କରିଛନ୍ତି ।