ଆଶା ସାଥୀଙ୍କ ନେତୃତ୍ୱରେ କରୋନା ସଚେତନତା କାର୍ଯ୍ୟକ୍ରମ…

ବାସ୍ତବବ୍ୟୁରୋ :(ଗଂଜାମ) ତ୍ରୟ ମାସିକ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଆଶା ସାଥି ଗୀତାରାଣୀ ପଲେଇ ଙ୍କ ନେତୃତ୍ୱରେ ଆଜି ବୁଢା଼ମ୍ବ ଗ୍ରାମରେ କରୋନା ସଚେତନତା ରାଲି, ସଭା ଓ ଟୀକାକାରଣ ସମ୍ପର୍କ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କରୋନା ମହାମାରୀ ରୁ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ସଚେତନ କରାଇବା ସହ ଟୀକା କରଣ ବୃଦ୍ଧି ପାଇଁ ଟୀକା ନେବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନତା କରିଥିଲେ |

ଗାଁ ରେ ସ୍କୁଲ ପିଲା ମାନଙ୍କୁ ନେଇ ଏକ ରାଲି ଅନୁଷ୍ଠିତ ହେବା ପରେ ଆୟୋଜିତ ସଭା ରେ କରୋନା ସମ୍ପର୍କ ରେ ଲୋକଙ୍କୁ ବୁଝାଇଥିଲେ ଏବଂ , ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା. ଆଜିର କାର୍ଯ୍ୟକ୍ରମ ରେ ଦୁରାବଗଡ଼ ଗାଁ କଲ୍ୟାଣ ସମିତି ର ଆବାହିକା କୁଡୁଆତନ ନିଶା, ଅଙ୍ଗନବାଡି କର୍ମୀ ଗୀତା ପ୍ରଧାନ, ଆଶା ସାରଦା ପାତ୍ର, ବୁଢା଼ମ୍ବ ସମିତି ର ଆବାହିକା ଲକ୍ଷ୍ମୀ ଦାସ, ଆଶା ହାଲିମା ବିବି, ଗାଁ କଲ୍ୟାଣ ସମିତି ସଭାପତି ରଙ୍ଗବତୀ ଗୌଡ଼, ୱାର୍ଡ ସଭ୍ୟ, ଟୁକୁନା ଦାସ ଙ୍କ ସମେତ ସମସ୍ତ ଅଙ୍ଗନବାଡି ମହିଳା ସ୍ୱାସ୍ଥ୍ୟ କର୍ମୀ ଅନିତା ନାୟକ ସହାୟିକା, CRP, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା,ମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.!

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୌଦ୍ଵାର ପୋଲିସ୍ ର ଜୁଆଆଡ୍ଡା ଉପରେ ଚଢ଼ଉ ୮ ଜଣ ଜୁଆଡି ଗିରଫ...

Tue Jun 15 , 2021
ବାସ୍ତବ ବ୍ୟୁରୋ:ଚୌଦ୍ଵାର :(ଦୀପକ୍ କୁମାର) ଚୌଦ୍ଵାର ପୋଲିସ୍ କୁ ରଜରେ ମିଳିଛି ସଫଳତା । ଗିରଫ କରିଛି ଆଠ ଜଣ ଜୁଆଡ଼ିଙ୍କୁ । ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଉତ୍ତରେଶ୍ୱର ମନ୍ଦିର ପାଖରେ କିଛି ଲୋକ ଜୁଆ ଖେଳୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୌଦ୍ଵାର ପୋଲିସ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଚୌଦ୍ଵାର ପୋଲିସ୍ ଉକ୍ତ ସ୍ଥାନ ରୁ ଆଠ ଜଣ ଜୁଆଡ଼ି କୁ ଗିରଫ […]

You May Like

Pin It on Pinterest