ଜୁନ ୩୦ ଯାଏ ବଢିପାରେ ଲକଡାଉନ |କରୋନା କଟକଣାରେ ହୋଇପାରେ ଟିକିଏ କୋହଳ |ରାଜ୍ୟର ରେଡ ଜୋନରେ ଦିନ ୧୧ ଟା ଯାଏ ଥିବା କୋହଳ ବଢିପାରେ ୨ ଟା ପର୍ଯ୍ୟନ୍ତ |ସେହିପରି ଏଲୋ ଜୋନରେ ୨ ଟା ପରିବର୍ତ୍ତେ ସନ୍ଧ୍ୟା ୫ ଟା ଯାଏ ହୋଇପାରେ କୋହଳ |
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୬୩୦୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୭୭୯୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୧୧୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ SOG ଓ DVF ବାହିନୀ ମିଲିତ ଭାବେ ଅପରେସନ୍ ଆରମ୍ଭ କରିଥିଲା ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୨୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୬ଲକ୍ଷ ୩୩ ହଜାର ୧୦୫ରେ ପହଞ୍ଚିଛି ।
ଉତ୍ତର ପ୍ରଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସରକାର କହିଛନ୍ତି, ଏହି ସ୍କୁଲଗୁଡିକରେ ସଂପ୍ରତି ପିଲାଙ୍କୁ ଆସିବାକୁ ଅନୁମତି ଦିଆଯାଇ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିଜ ଆବଶ୍ୟକତା ଅନୁଯାୟୀ, ବିଦ୍ୟାଳୟକୁ ଡକାଇ ପାରିବେ।
ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେଫଟାଲୀ ବେନେଟ୍ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ବୈଦେଶିକ ମନ୍ତ୍ରୀ ୟେର୍ ଲାପିଡ୍ କହିଛନ୍ତି ଯେ, ଭାରତ ସହ ରାଜନୈତିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରୟାସ କରାଯିବ ।
ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ପରେ ଉଭୟ ପକ୍ଷ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଏବେ ଇସ୍ରାଏଲ ଗାଜା ଉପରେ ପୁଣି ଥରେ ଅସ୍ତ୍ରବିରତି ଉଲଙ୍ଘନ କରି ଗାଜା ଉପରେ ରକେଟ୍ ଆକ୍ରମଣ କରିଛି ।



