ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧ ମୃତ ଅନ୍ୟଜଣେ ଗୁରୁତର…


ବାସ୍ତବବ୍ୟୁରୋ:(ମାହାଙ୍ଗା)କୁଆଁପାଳ -ବାଲିଚନ୍ଦ୍ରପୁର ରାସ୍ତାର ପଟ୍ଟାମୁଣ୍ଡାଇ କେନାଲ ପିଙ୍ଗୁଲେଇ ବଂଧ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି !ରାସ୍ତା ଉପରେ ଦୀର୍ଘ ଏକ ସପ୍ତାହ ତଳୁ ରଖାଯାଇଥିବା ପୋକଲୀନ ଗାଡି ସହ ଦୁଇ ଜଣ ବାଇକ ଆରୋହୀଙ୍କ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳୀରେ ଜଣକର ମୃତ୍ୟୁ ଘଟିଛି !

ବର୍ଷା ଓ ଅଂଧାର ରାତିରେ ବାଲିଚନ୍ଦ୍ରପୁର ବଜାର ଅତିକ୍ରମ କରି କଟକ ଅଭିମୁଖେ ହଣ୍ଡା ୟୁନିକନ (OD-O5 AK1402) ରେ ଯାଉଥିବା ୨ ଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ନରଣପୁର ପ୍ରିୟବ୍ରତ ସ୍ୱାଇଁ ଏବଂ ଗଣ୍ଡାକିଆ ଇନ୍ଦୁପୁର ଅଂଚଳର ଦୀପକ ବିଶ୍ୱାଳ ଯାଉଥିବା ବେଳେ ପୋକଲୀନ ସହ ଧକ୍କା ହୋଇ ଘଟଣା ସ୍ଥଳୀରେ ଜଣକର ମୃତ୍ୟୁ ଘଟିଛି, ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି !ମୃତକ ଦୀପକ ବିଶ୍ୱାଳ ଓ ଆହତ ପ୍ରିୟବ୍ରତ ସ୍ୱାଇଁ ବୋଲି ଜଣାପଡିଛି l

ପୋଲିସ ଘଟଣାସ୍ଥଳୀରେ ପହଂଚିଛି, ଉତ୍ୟକ୍ତ ଲୋକେ ପୋକଲୀନ ଗାଡ଼ିଟିକୁ ନିଆଁ ଲଗାଇ ପୋଡିଦେଇଛନ୍ତି |ଏଭଳି ଅଭାବନୀୟ ଘଟଣାପାଇଁ ଲୋକେ ସିଧାସଳଖ ଜଳସମ୍ପଦ ବିଭାଗକୁ ଦାୟୀ କରିଛନ୍ତି !ନିମ୍ନ ମାନର କାମ ଯୋଗୁଁ ବାଗସରପୁର ନିକଟରେ ପଟ୍ଟାମୁଣ୍ଡାଇ କେନାଲର ଏକ ଗାର୍ଡୱାଲ ଭୁଷୁଡ଼ି ପଡିଥିଲା l ଏହାର ମରାମତି ପାଇଁ ଏହି ମେସିନ ଲଗାଇ ମାଟି ଖୋଳା ଯାଉଥିଲା l ରଜ ପୂର୍ବରୁ ମେସିନଟିକୁ ବେପରୁଆ ଭାବେ ଠିକାଦାର ରାସ୍ତା ମଝିରେ ରଖି ଚାଲିଯିବାରୁ,ଆଜି ଜଣକର ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି lପୋଲିସ ପୋକଲୀନ ମେସିନକୁ ରାତାରାତି ରାସ୍ତା ମଝିରୁ ଉଠାଇ ନେବାକୁ ଉଦ୍ୟମ କରିଛି lଶବ ଜବତ କରାଯାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Jun 17 , 2021
ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଐତିହ୍ୟ ଘୋଡ଼ା ହଟାଇବାକୁ ଚାଲିଛି ଯୋଜନା । ରାଜଭବନ ଛକ ନିକଟକୁ ଉଠାଇ ନେବାକୁ ହୋଇଛି ଯୋଜନା । ମାଷ୍ଟର କ୍ୟାଂଟିନ ଛକରେ ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଏହି ପଦକ୍ଷେପ ନିଆଯାଇଛି । ୮୦ କୋଟିରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପରେ ବାଧା ଆଣୁଥିଲା ଐତିହ୍ୟ । ଆଜିଠୁ ଗଞ୍ଜାମ ଜିଲ୍ଲାରେ ସେରୋ ସର୍ବେକ୍ଷଣ ଆରମ୍ଭ ହୋଇଛି । ଜିଲ୍ଲାରେ ଏହା […]

You May Like

Pin It on Pinterest