
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)–୧୭/୬ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ଏକ ଭରଚୁଆଲ ରଜ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା ବିକାଶ ମଞ୍ଚର ପ୍ରତିଷ୍ଠାତା ତଥା ରାଜଶ୍ରୀର କାର୍ଯକାରୀ ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ।
ବରେଣ୍ୟ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ସଚିବ ବିଶିଷ୍ଟ ପ୍ରାବନ୍ଧିକ ଦାଶରଥି ଶତପଥି , ମୁଖ୍ୟ ବକ୍ତା ଭାବେ କଟକ ସମ୍ବାଦ ସଂସ୍କରଣର ବରିଷ୍ଠ ପତ୍ରକାର ତଥା ବସୁଧା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଚ୍ଚିକାନ୍ତ ନାଥ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କବି ବୃନ୍ଦାବନ ଦାସ , ଅଧ୍ୟାପକ କବି ଡଃ ଶ୍ରୀଧର ସାମଲ , ଶିଶୁସାହିତ୍ୟିକ ଭକ୍ତଚରଣ ସାହୁ ,ବରିଷ୍ଠ କବି ବେଣୁଧର ସୂତାର , ଅଧ୍ୟାପକ କବି ନିଧି ସାହୁ , କବି ପ୍ରେମାନନ୍ଦ ଜେନା ପ୍ରମୂଖ ଯୋଗଦେଇ ଓଡ଼ିଆ ସଂସ୍କୃତିରେ ରଜ ଉତ୍ସବର ଗୁରୁତ୍ୱ ଉପରେ ଆଲୋଚନା କରିବା ସହ କବିତା ଉପରେ ମତାମତ ରଖିଥିଲେ ।
ପଣ୍ତିତ ପ୍ରମୋଦ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ଵଳନ କରି ବେଦପାଠ କରିଥିବା ବେଳେ ସଂସଦର ମୁଖ୍ୟ ଉପଦେଷ୍ଟା କବି ସଞ୍ଜୟ କୁମାର ରଥ ସଂସଦର ଆଭିମୁଖ୍ୟ ସ୍ପଷ୍ଟ କରି କବିତା ମାଧ୍ୟମରେ କବିଙ୍କୁ ସ୍ଵାଗତ କରିଥିଲେ । ଏହାପରେ କବି ସସ୍ମିତା ପଣ୍ଡା କଟକ , କବି ପ୍ରେମଲତା ଗିରି , କବି ପ୍ରେମାନନ୍ଦ ଜେନା , କବି ବିନୟ କୁମାର ମହାନ୍ତି , କବି ବିନୋଦିନୀ ଦାଶ , କବି ଚିତ୍ରାରାଣୀ ସାହୁ , କବି ବ୍ରଜସୁନ୍ଦର ସାହୁ ,କବି ସୁଜିତ କୁମାର ପଣ୍ଡା , ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ , କବି ଅଭିରାମ ମଣ୍ଡଳ ,କବି ମନୋଜ କୁମାର ଦାସ , କବି ରଞ୍ଜିତା କୁମାରୀ ପତି, କବି ଗୋଦାବରୀଶ ଦାସ , କବି ଶୁଭାଂଶୁ କୁମାର ଦାସ , କବି ବନଲକ୍ଷ୍ମୀ ମହାନ୍ତି ,କବି ମୋନାଲିସା ସିଂହ,କବି ସୁପ୍ରିୟା ସାହୁ , କବି ଭାବଗ୍ରାହୀ ତ୍ରିପାଠୀ , କବି ରଞ୍ଜନ କୁମାର ମହାନ୍ତି , କବି ଅନସୂୟା ମଲ୍ଲିକ , କବି ଆରାଧନା ଦାସ ,କବି ନିରୂପମା ପାଣି , କବି ଗୀତାଞ୍ଜଳି ସାହୁ , ପଣ୍ଡିତ ଅଭୟ କୁମାର ତ୍ରିପାଠୀ ଶର୍ମା , ସଂଗ୍ରାହକ ପ୍ରଭାତ କୁମାର ନାୟକ , ଗୀତିକାର ବିମଳପ୍ରସାଦ ପରିଡ଼ା ଓ କବି ପ୍ରମୋଦ କୁମାର ତ୍ରିପାଠୀ ପ୍ରମୂଖ ଆଲୋଚନାରେ ଭାଗନେଇ ସ୍ଵରଚିତ କବିତା ପାଠ କରିଥିଲେ । ଇଂ ପ୍ରିୟବ୍ରତ ଦାଶ , ଶୀତିକଣ୍ଠ ତ୍ରିପାଠୀ , ସୁପ୍ରିୟା ସାହୁ ଆଦି ବୈଷୟିକ ସହାୟତା ଯୋଗାଇ ଦେଇଥିବା ବେଳେ ଉପସଭାପତି ପ୍ରେମଲତା ଗିରି ଧନ୍ୟବାଦ ଅର୍ପଣ କରିଥିଲେ।