ଆଜିର ଖାସ୍ ଖବର

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଐତିହ୍ୟ ଘୋଡ଼ା ହଟାଇବାକୁ ଚାଲିଛି ଯୋଜନା । ରାଜଭବନ ଛକ ନିକଟକୁ ଉଠାଇ ନେବାକୁ ହୋଇଛି ଯୋଜନା । ମାଷ୍ଟର କ୍ୟାଂଟିନ ଛକରେ ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଏହି ପଦକ୍ଷେପ ନିଆଯାଇଛି । ୮୦ କୋଟିରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପରେ ବାଧା ଆଣୁଥିଲା ଐତିହ୍ୟ ।

ଆଜିଠୁ ଗଞ୍ଜାମ ଜିଲ୍ଲାରେ ସେରୋ ସର୍ବେକ୍ଷଣ ଆରମ୍ଭ ହୋଇଛି । ଜିଲ୍ଲାରେ ଏହା ତିନି ଦିନ ଧରି ଚାଲିବ । ଜିଲ୍ଲାରେ ମୋଟ୍ ୧୦ଟି ସ୍ଥାନରେ ଏହି ସର୍ବେକ୍ଷଣ କରାଯିବ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୬୬୬୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୮୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୧୭୩୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

୧୮ ଓ ୧୯ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୨୦ରୁ ପାଗ ବଦଳିବ । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ପାଗ ଶୁଖିଲା ରହିବ : କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

  ସିବିଏସଇ ବୋର୍ଡ ଦ୍ୱାରା ଦ୍ୱାଦଶ ପରୀକ୍ଷାର ମାର୍କସିଟ୍ ପ୍ରସ୍ତୁତ ପାଇଁ ଗଠିତ ୧୩ ଜଣିଆ କମିଟି ଗୁରୁବାର ସୁପ୍ରିମକୋର୍ଟଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି ବୋର୍ଡ ରେଜଲ୍ଟକୁ ଭିତ୍ତି କରି ଦ୍ୱାଦଶର ଫାଇନାଲ ରେଜଲ୍ଟ ୩୧ ଜୁଲାଇରେ ପ୍ରକାଶ ପାଇବ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୨୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୭ଲକ୍ଷ ୩୧୩ରେ ପହଞ୍ଚିଛି ।

ବୁଧବାର ରାତିରେ ଦିଲ୍ଲୀ ଏମ୍ସର ୯ମ ମହଲାରେ ନିଆଁ ଲାଗିଥିଲା । ସୂଚନା ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ଫାୟାର ବିଗ୍ରେଡର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ତେବେ ଯେଉଁ ଫ୍ଲୋରରେ ନିଆଁ ଲାଗିଥିଲା, ସେଠାରେ କୌଣସି ୱାର୍ଡ ନଥିଲା । ତେଣୁ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜଶ୍ରୀ ସାହିତ୍ୟ ସଂସଦର ଭର୍ଚୁଆଲ୍ ରଜ କବିତା ଆସର....

Thu Jun 17 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)–୧୭/୬ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ଏକ ଭରଚୁଆଲ ରଜ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା ବିକାଶ ମଞ୍ଚର ପ୍ରତିଷ୍ଠାତା ତଥା ରାଜଶ୍ରୀର କାର୍ଯକାରୀ ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ। ବରେଣ୍ୟ ମୁଖ୍ୟ ଅତିଥି ଭାବେ ଓଡିଶା […]

You May Like

Pin It on Pinterest