ଗ୍ୟାସ ଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡ, ୬ ପରିବାର ସର୍ବସ୍ବାନ୍ତ…

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ତିହିଡି ତହସିଲ ପୀରହାଟ ପୁରୁଣାବଜାର ପାଢୀସାହି ମୁସଲମାନ ବସ୍ତି ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଜି ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଥିଲା। ଏଥିରେ ଚାଳ ଛପର ପ୍ରାୟ କୋଡିଏ ଫୁଟ ଉପରକୁ ଉଠି ଯାଇଥିଲା। ଚାହୁ ଚାହୁ ନିମିଷକ ମଧ୍ଯରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରୁଥିବା ବେଳେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଆହତ ହୋଇଥିବାର ସୂଚନା ମିଳିଛି।

ବର୍ଷା ସତ୍ବେ ନିଆଁର ବେଗ ଥମିବାର ନଥିଲା। ପ୍ୟାରା ସାହାଜୀ, ମୁର୍ସିଦ ସାହାଜୀ, ଝଡିଆ ସାହାଜୀ, ହାକିମୁଦିନ୍ ଖାଁ, କୌଶର ସାହା ଓ ଜୈରା ବିବିଙ୍କର ପ୍ରାୟ ଆଠ ବଖରା ଗୃହ ଭଷ୍ମିଭୁତ ହୋଇ ଯାଇଛି। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ କିଛି ନଷ୍ଟ ହୋଇଯାଇଛି। ପୀରହାଟ ଆରଆଇ ମୀନକେତନ ଦାସ ଘଟଣା ସ୍ଥଳରେ ପହଁଚି ବିପନ୍ନଙ୍କୁ ସମବେଦନା ଜ୍ଞାପନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଥିବା ଜଣାଯାଇଛି। ତେବେ ଖଟିଖିଆ , ଗରିବ ଶ୍ରେଣୀର ଏହି ବିପନ୍ନ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖୁବଶିଘ୍ର ପୁରୀରେ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର...

Thu Jun 17 , 2021
ବାସ୍ତବବ୍ୟୁରୋ:( ପୁରୀ) ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା,ଖୁବ ଶୀଘ୍ର ଫଳପ୍ରଦ ହେବାକୁ ଯାଉଛି |ଆଜି ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲିଦେଖିଛନ୍ତିଏୟାରପୋର୍ଟ ଅଫ ଇଣ୍ଡିଆ ଅଥରିଟିର ଟିମ୍ ।ଖୁବଶିଘ୍ର ପୁରୀରେ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ବନ୍ଦର ପାଇଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା । ଏୟାରପୋର୍ଟ […]

You May Like

Pin It on Pinterest