
ବାସ୍ତବବ୍ୟୁରୋ:ଚୌଦ୍ୱାର,(ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ତୃତୀୟ ଦିନ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ପୌରପାଳିକାର ପରିଡାସାହି ସରଦେଇମନ୍ଦିର ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ସୂଚନା ପାଇ ଏ.ଏସ୍.ଆଇ ଦରବାରି ନାୟକ ସେଠାରେ ଚଢାଉ କରିଥିଲେ । ଜରି କମ୍ବଳ ଉପରେ ଏଲ୍ଇଡି ଲ୍ୟାମ୍ପ ଲଗାଇ ୮ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୮୬ହଜାର ୭୨୦ଟଙ୍କା, ୧୦ଟି ପାଲିଡିକ୍ସ, ୨ଟି ମଟର ସାଇକେଲ, କଳାରଙ୍ଗର ରୟାଲଏମ୍ଫିଲ୍ଡ ବୁଲେଟ ଓ ଗୋଟିଏ ହିରୋ ପାସନ୍ ମଟର ସାଇକେଲ ଜବତ କରିଥିଲେ ।
ଗରିଫ ଯୁବକମାନେ ହେଉଛନ୍ତି ଚୌଦ୍ୱାର ବଡବଜାରର ବଳରାମ ବେହେରା ଓରଫ ଟୁଟୁ (୩୨), ପରିଡା ସାହିର ଗୌତମ ନାୟକ (୨୦), ରାଜେଶ କୁମାର ସାହୁ (୩୫), ସୁରେଶ ସାହୁ (୪୫), ତଳବଜାରର ଶ୍ରୀଧର ବେହେରା (୩୫), ଧମେନ୍ଦ୍ର ବେହେରା (୩୨), ମଙ୍ଗଳାସାହିର ଦିଲ୍ଲିପ କୁମାର ନାୟକ (୪୬), କଟକ ଯୋବ୍ରା ଦାଶ ସାହିର ବିକଳ ବେହେରା (୩୬) । ଏଠାରେ ସୂଚନାଯୋଗ୍ୟ ଗତ ୧୪ତାରିଖ ପୁଲିସ ପକ୍ଷରୁ ଆଗ୍ରାହାଟ ଉ ରେଶ୍ୱର ମନ୍ଦିର ଓ ୧୫ତାରିଖରେ ବଡସାମନ୍ତରାପୁର ପ୍ରଧାନାସହିରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉକରି ୧୬ଜଣଙ୍କୁ ଗିରଫ କରିବା ସହିତ ୧୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଜବତ କରିଥିଲେ । ଆଗାମି ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।