ବିଜେପି ନେତ୍ରୀ ମିଛ ଗପ ଶୁଣାଇ ଓଡିଶା ବାସୀଙ୍କୁ ଭଣ୍ଡେଇବାକୁ ଅପଚେଷ୍ଟା କରିଛନ୍ତି -ସୁଶ୍ରୀ ସାହୁ


ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କୋଭିଡ ମହାମାରୀ ସମୟରେ ସମଗ୍ର ଦେଶକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଣ ସହିତ,ସଫଳ କୋଭିଡ ପରିଚାଳନା ପାଇଁ ଦେଶ ବିଦେଶରୁ ଓଡିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବା ବେଳେ ବିଜେପି ଏଥିରେ ଈର୍ଷାନ୍ୱିତ ହୋଇପଡିଥିବା କହିଛନ୍ତି ବିଜେଡି ପ୍ରଵକ୍ତା ସୁଶ୍ରୀ ସାହୁ |

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡିର ନେତ୍ରୀ ସୁଶ୍ରୀସାହୂ କହିଛନ୍ତିଯେ, ବିଜେପି ନେତ୍ରୀ ଅଭ୍ୟାସଗତ ଭାବରେ ଆଜି ପୁଣି ଓଡିଶା ବାସୀଙ୍କୁ ମିଛ ଗପ ଶୁଣାଇ ଭଣ୍ଡେଇବାକୁ ଅପଚେଷ୍ଟା କରୁଛନ୍ତି |ରାଜ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ୮୫୦୦କୋଟି ତାଙ୍କର ଘୋଷଣାକୁ ସେ ହଜମ କରିନପାରି, ଆଜି ପୁଣିଥରେ ସର୍ବସାଧାରଣରେ ଶସ୍ତା ବ୍ୟକ୍ତବ୍ୟ ଲୋକହସା ହୋଇଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତିକି,ବାଲେଶ୍ୱର ଓ ପିପିଲି ଉପନିର୍ବାଚନରେ ଟିକେଟ ନପାଇବାର କଷ୍ଟ ଆଜିମଧ୍ୟ ତାଙ୍କ ମନରୁ ଯାଇନି |ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ବିଜେପି ନେତ୍ରୀ ହତାଶ ହୋଇ ଓଡିଶା ବାସୀଙ୍କୁ ବାରମ୍ବାର ଏଭଳି ମିଛ ଗପ ଶୁଣାଇବାରେ ଲାଗିଛନ୍ତି |ନିଜର ରାଜନୈତିକ ଅଭିସନ୍ଧି ପୁରାଣ ପାଇଁ ସର୍କାଙ୍କ ସଫଳ କାର୍ଯ୍ୟକୁ ବିରୋଧ କରି ବିଜେପିର ଏପରି ମନଗଢ଼ା ଓ ମିଥ୍ୟ ପ୍ରଚାରକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି ସୁଶ୍ରୀ ସହୂ ଚେତାଇ ଦେଇଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର

Fri Jun 18 , 2021
ଚଳିତ ବର୍ଷ ଅନ୍‌ଲାଇନ୍ ଯୋଗେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ହେବ । ଆଜି କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ଆସନ୍ତା ଜୁଲାଇ-ଅଗଷ୍ଟ ସୁଦ୍ଧା ଅନ୍‌ଲାଇନ୍‌ରେ ପରୀକ୍ଷା ସାରିବାକୁ ଟାର୍ଗେଟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା କିଭଳି ହେବ ସେନେଇ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ । ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ […]

You May Like

Pin It on Pinterest