ଚଳିତ ବର୍ଷ ଅନ୍ଲାଇନ୍ ଯୋଗେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ହେବ । ଆଜି କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ଆସନ୍ତା ଜୁଲାଇ-ଅଗଷ୍ଟ ସୁଦ୍ଧା ଅନ୍ଲାଇନ୍ରେ ପରୀକ୍ଷା ସାରିବାକୁ ଟାର୍ଗେଟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା କିଭଳି ହେବ ସେନେଇ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ ।
ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ । ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ଟୀକାକରଣକୁ ଜୋରଦାର କରାଯାଇଛି ।
ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଦାବି ହୋଇଆସୁଛି । ରାଜ୍ୟ ସରକାର ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ ସବୁ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେବା ପରେ ଆଜି ଏହି ଆନ୍ଦୋଳନ ତୀବ୍ର ରୂପ ନେଇଛି ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୦୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୦୪୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୩୩୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୨୩୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୪୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୮୭ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୧୫୮୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୭ଲକ୍ଷ ୬୨ ହଜାର ୭୯୩ରେ ପହଞ୍ଚିଛି ।
ଦୁନିଆର ସବୁଠାରୁ ଗ୍ରହଣୀୟ ନେତା ଭାବେ ବିବେଚିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କଠାରୁ ଆଗରେ ଅଛନ୍ତି । ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୬% ପ୍ରତିଶତ ମିଳିଛି ।
ଆସାମରେ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବିଧାୟକ ରୂପଜ୍ୟୋତି କୁର୍ମୀ ଦଳର ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି । ସେ ଆସନ୍ତା ସପ୍ତାହରେ ବିଜେପିରେ ଯୋଗଦେବେ ।
ସ୍ୱିଗି ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଘରକୁ ଘର ଖାଦ୍ୟ ବିତରଣ କରିବ । ଡ୍ରୋନ୍ ଦ୍ୱାରା ଖାଦ୍ୟ ବିତରଣ ପାଇଁ ସ୍ୱୀଗି ANRA ଟେକ୍ନୋଲୋଜି ସହିତ ସହଭାଗୀ ହୋଇଛି ।
ଭାରତ-ପାକ୍ ସୀମାରେ ଉଡୁଥିବା ଡ୍ରୋନକୁ ବିଏସଏଫ ଯବାନଙ୍କ ଗୋଟିଏ ଫାୟାରିଂରେ ପୁଣିଥରେ ସ୍ୱଦେଶ ଫେରିଯାଇଛି । ଆଜି ଭୋର ପ୍ରାୟ ୪.୩୦ରେ ଗୋଟିଏ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖିବା ମାତ୍ରେ ହିଁ ଯାବାନ ମାନେ ଡ୍ରୋନ ଉପରକୁ ଗୁଳିଚାଳନା ଆରମ୍ଭ କରିଦେଇଥିଲେ ।



