
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କରୋନା ମହାମାରୀ ର ଦ୍ୱିତୀୟ ଲହରୀ ରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଅନେକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।କଟକ ଜିଲ୍ଲାରେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଧରି କରୋନା ସହିତ ଲଢ଼େଇ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ କରୋନା ସଂକ୍ରମଣ ସହ ଲଢେଇ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଆଉ ଜଣେ ୮୫ ବର୍ଷିୟା ବୃଦ୍ଧା କରୋନାକୁ ପରାସ୍ତ କରି ସୁସ୍ଥ ହେବା ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବୃଦ୍ଧା ଜଣଙ୍କ ସୁସ୍ଥ ହେବା ପରେ ସରକାର, ସିଏମସି ଏବଂ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବୃଦ୍ଧା ଜଣକ କଟକ ଜିଲ୍ଲା ଆଠଗଡ ବ୍ଲକ ଗୁରୁଡି ଝାଟିଆ ଅନ୍ତର୍ଗତ ସାରକୋଳି ଗ୍ରାମ ର ଗୋଲାପ ବେହେରା । ସେ ଗତ ମେ ମାସ ୫ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।
ତାଙ୍କୁ ପ୍ରଥମେ ଜିମସାର କୋଭିଡ କେୟାର ସେଣ୍ଟର ରେ ଗତ ମାସ ୩ ତାରିଖରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗରୁତର ହେବାରୁ ୪ ତାରିଖରେ ୟୁନିକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ୟୁନିକ କୋଭିଡ ହସ୍ପିଟାଲରେ ଦୀର୍ଘ ୧୩ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଅଦ୍ୟାବିଧ ପଜିଟିଭ ଚିହ୍ନଟର ଦୀର୍ଘ ୪୨ ଦିନ ଧରି କରୋନା ସହ ଲଢେଇ କରି ଶେଷରେ କରୋନାକୁ ହରାଇଛନ୍ତି ଗୋଲାପ । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।