ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୩୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୦୪୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୨୯୮୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ରାଜ୍ୟରେ ଆସନ୍ତା ୨୧ରୁ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ତଥ୍ୟ ଅନୂଯାୟୀ, ଜୁନ୍‌ ପହିଲାରୁ ଏଯାଏଁ ରାଜ୍ୟରେ ୨୪% ଅଧିକ ବର୍ଷା ହେଇଛି । ରାଜ୍ୟରେ ହାରାହାରି ୧୨୬.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । ଡକ୍ଟର ପାଣିଗ୍ରାହୀଙ୍କର ଶୁକ୍ରବାର ରାତିରେ କୋଲକାତାର ମେଡିକା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା ।

ଭିଜିଲାନ୍ସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ସ୍ୱର୍ଗତ ପାଣିଗ୍ରାହୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟ ଜଣେ ଦକ୍ଷ ଆଇପିଏସ ଅଧିକାରୀଙ୍କୁ ହରାଇଲା ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୪୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୨୩ ହଜାର ୫୪୬ରେ ପହଞ୍ଚିଛି ।

ଆନ୍ଧ୍ର ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ୨୫  ଲକ୍ଷ ଟଙ୍କା ମୂଲ୍ୟ ଗଞ୍ଜେଇ ଜବତ କରିଛି ।

 ତାମିଲନାଡୁର ବଣ୍ଡାଲୁରର ଆରିଗନାର ଆନ୍ନା ଚିଡିଆଖାନାରେ କରୋନା ସଂକ୍ରମିତ ହୋଇଥିବା ୪ ସିଂହଙ୍କ ଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି ।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ୫୧ ବର୍ଷ ହୋଇଛି । ଚଳିତ ବର୍ଷ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମହାରାଷ୍ଟ୍ରରେ ଦେଖାଦେଲାଣି କରୋନା ର ତୃତୀୟ ଲହର । ପୁଣେକୁ ପୁଣି ଫେରିଲା ୱିକେଣ୍ଡ ଲକଡାଉନ୍ । ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ କୋଭିଡ-19 ର ବିସ୍ତାର ଯାଞ୍ଚ ପାଇଁ ଏହି ପଦକ୍ଷେପ ନେଇଛି । ଅଣ-ଅତ୍ୟାବଶ୍ୟକ ଦୋକାନଗୁଡିକ ସପ୍ତାହ ଶେଷରେ ବନ୍ଦ ରହିବ ।

ଫ୍ଲାଇଂ ଶିଖ୍ ଭାବେ ପରିଚିତ ତଥା କିମ୍ୱଦନ୍ତି ଧାବକ ମିଲଖା ସିଂହଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଛି । ଗତକାଲି ବିଳମ୍ୱିତ ରାତିରେ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିଲଖା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶୁଖିଲା ଖାଦ୍ୟ ବଣ୍ଟନ କଲେ ସାଂସଦ ସୁଭାଷ ଚନ୍ଦ୍ର ସିଂ....

Sat Jun 19 , 2021
ବାସ୍ତବ ବ୍ୟୁରୋ:କଟକ(ଦୀପକ୍ କୁମାର) କରୋନା ମହାମାରୀ ସମୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହସଂଗର […]

You May Like

Pin It on Pinterest