
ବାସ୍ତବ ବ୍ୟୁରୋ:କଟକ(ଦୀପକ୍ କୁମାର) କରୋନା ମହାମାରୀ ସମୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା ।
ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହସଂଗର କାର୍ଯକାରୀ ସଭାପତି ରାଜୀବ ମହାନ୍ତି, ଓଡ଼ିଶା ମୋ’ପରିବାର କଟକ ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ସାହେବଜାଦା ବଜାର ପୂଜା କମିଟିର ସମ୍ପାଦକ କେଦାରନାଥ ବେହେରା, କାର୍ଯକାରୀ ସଭାପତି ସଞ୍ଜତ ଦାସ, ଗୌରମୋହନ ଦାସ, ନରେନ୍ଦ୍ର ସେଠୀ, ପ୍ରତାପ ସ୍ୱାଇଁ, ୱାର୍ଡର ଜନସାଧାରଣ, କର୍ମୀମାନେ ଯୋଗଦାନ କରିଥିଲେ । ଏମାନଙ୍କର ନିଶ୍ୱର୍ଥପର ସେବା ପାଇଁ ସାଂସଦସୁଭାଷ ଚନ୍ଦ୍ର ସିଂହ ଭୂୟସୀ ପ୍ରଶଂସା କରିଥିଲେ ।