
ବାସ୍ତବବ୍ୟୁରୋଜଳେଶ୍ୱର(ନବୀନ କୁମାର ସାହୁ)କରୋନାରେ ମୃତ୍ୟୁ ବରଣ କରି ଥିବା ଭୋଗରାଇ ବ୍ଲକ ନିମ।ତପୁର ଗ୍ରାମର ଦମ୍ଫତ୍ତି ପରିବାରକୁ ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି।ସେ 10 ,000 ହଜାର ଟଙ୍କା ଟଙ୍କା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତୁରନ୍ତ କିପରି ମିଳି ପାରିବ ସେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ମଧୁ ବାବୁ ପେନସନ ଯୋଜନାରେ ସାହାଯ୍ୟ ର ହାତ ବଢ଼ାଇଲେ। ।

ସୂଚନା ଅନୁସାରେ କରୋନାରେ କମଳେଶ ପଣ୍ଡା ( ୩୬ ) ଓ ତାଙ୍କ ସ୍ତ୍ରୀ ସ୍ମିତା ( ୨୮ ) ଙ୍କ ଅକାଳ ମୃତ୍ୟୁ ହେବା ପରେ କ୍ରିଷ୍ଣା ୭ ବର୍ଷ ଓ ଦେଢମାସର ଭାଇ ଏବେ ସେହି ମମତାକୁ ଝୁରି ହେଉଛନ୍ତି । ଗାଁରେ ନିଜେ ମା ‘ କୋଳରେ ବସି ଗେହ୍ଲା ହେବା ବୟସରେ ତାଙ୍କ କାନ୍ଧରେ ଏବେ ଦେଢମାସର ଭାଇର ଦାୟିତ୍ବ ଭାଇକୁ ଖୁଆଇବାଠାରୁ ଆରମ୍ଭ କରି ଦୋଳି କରି ଖୁଲାଇବାପର୍ଯ୍ୟନ୍ତ ସେ ସବୁକିଛି କରୁଛନ୍ତି ।ପିଲା ଦୁହେଁ ଏବେ ବଡ଼ ବାପା ଦେବାଶିଷ ପଣ୍ଡା ଘରେ ଅଛନ୍ତି।