ମ୍ୟାଗ୍ନେଟିକ ମ୍ୟାନ,କୋଭିଡ ଦ୍ୱିତୀୟ ଟିକା ନେବା ପରେ ଦେହ ପାଲଟିଲା ଚୁମ୍ବକ ,ପୁରୀ ଜିଲ୍ଲାର ପ୍ରଥମ ଘଟଣା…

ବାସ୍ତବବ୍ୟୁରୋ:(କୋଣାର୍କ) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ପାଇଁ ଲୋକେ ନେଉଛନ୍ତି କରୋନା ଟିକା।କିନ୍ତୁ ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବୃଦ୍ଧି ପାଉଛି । ଆକର୍ଷଣ କରୁଛି ଷ୍ଟିଲ ବାସନ, ଚାମଚ ଆଦି ଜିନିଷ। ଏମିତି ଗୋଟିଏ ପରେ ଗୋଟିଏ କଥା ସାମ୍ନା କୁ ଆସିବା ପରେ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଶିମିଳି ପଞ୍ଚାୟତ ଶିମିଳି ଗାଁ ରେ ।ଏହି ଗାଁ ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ହେଲେ ପ୍ରହଲ୍ଲାଦ ବିଶ୍ବାଳ।ସେ ଗତ ଏକ ସପ୍ତାହ ପୂର୍ବରୁ ପ୍ରହଲ୍ଲାଦ କୋଭିଡ ଟିକା ର ଦ୍ୱିତୀୟ ଡୋଜ ନେଇଥିଲ ।

ଗତକାଲି କୌତୁହଳ ବଶତଃ ତାଙ୍କ ପରିବାର ଲୋକେ ତାଙ୍କ ଦେହରେ ଚାମଚ ଓ କିଛି ଷ୍ଟିଲ ବାସନ ଲଗାଇବାରୁ ତାହା ତାଙ୍କ ଦେହରେ ଚୁମ୍ବକ ପରି ଟାଣି ଧରିଥିଲା।ପରେ ଏହି ଘଟଣା ଗାଁ ରେ ପ୍ରଘଟ ହେବା ରୁ ପ୍ରହଲ୍ଲାଦ ଙ୍କ ଘରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା।ପ୍ରଥମେ ତାଙ୍କ ପରିବାର ଲୋକେ ଏହି ଘଟଣା ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିବା ପରେ ଆଜି ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ଆମେ ପ୍ରହଲ୍ଲାଦ ଙ୍କ ପାଖରେ ପହଞ୍ଚି ଥିଲୁ, ପ୍ରଥମେ ଆଶ୍ଚର୍ଯ୍ୟ ଲାଗିଲା କିପରି ଜଣେ ମଣିଷ ଶରୀରରେ ଷ୍ଟିଲ ବାସନ, ଚାମଚ ଆଦି ଲାଗୁଚି।କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଥିଲା ସତ। କୋଭିଡ ଟିକାର ଦ୍ବିତୀୟ ଡୋଜ ନେବା ପରେ ଏପରି ହେଉଥିବା କହିଛନ୍ତି ପ୍ରହଲ୍ଲାଦ ଏବଂ ତାଙ୍କ ପରିବାର ଲୋକେ।

ମ୍ୟାଗ୍ନେଟିକ ମ୍ୟାନ ଙ୍କୁ ଦେଖିବାକୁ ଶିମିଳି ପଞ୍ଚାୟତରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।ଏ ନେଇ ଗ୍ରାମବାସୀ କୁହନ୍ତି। ଲୋକଙ୍କ ପାଇଁ କୋଭିଡ୍ ଟିକା ନେବା ଜରୁରୀ ହେଲେ ଏପରୀ ଘଟଣା ଦେଖିବାରୁ କୈଣସି ଲୋକେ କୋଭିଡ୍ ଟିକା ନେବାକୁ ଆଉ ଚାହୁଁ ନାହାଁନ୍ତି। ତୁରନ୍ତ ପୁରୀ ଜିଲ୍ଲା କୋଭିଡ୍ ଟିକା ଦେଉଥିବା ମେଡିକାଲ ଟିମି ଆସି ତୁରନ୍ତ ଲୋକମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା କାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡ୍‌ରେ ହେବ କୋଭିଡ ଟିକାକରଣ...

Sun Jun 20 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆସନ୍ତା କାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡ୍‌ରେ ହେବ କୋଭିଡ ଟିକାକରଣ l କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ଅନୁଯାୟୀ ଟିକାକରଣ କରାଯିବ l ପୂର୍ବରୁ ରାଜ୍ୟରେ ଦୈନିକ ହେଉଥିବା ଟିକାକରଙ୍କୁ ଦ୍ୱିଗୁଣିତ କରାଯିବ,ଅର୍ଥାତ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଉଥିବା ବେଳେ କାଲିଠୁ ଏହା ୩ ଲକ୍ଷ ଟୀକାକରଣ । କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକା […]

You May Like

Pin It on Pinterest